Latest Odisha News

BREAKING NEWS

ସାବଧାନ ! ଦଶରଥପୁର ବ୍ଲକରେ ବୁଲୁଛି ବଣୁଆ ହାତୀ

ଯାଜପୁର: ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ଜୀବନ ହରାଉଛି । ବାରମ୍ବାର ବିଭିନ୍ନ ଅଞ୍ଚଳରୁ ହାତୀ  ଦୌରାତ୍ମର ଖବର ସାମ୍ନାକୁ ଆସୁଛି  । ହେଲେ କହିବାକୁ ଗଲେ ହାତୀ ଘଉଡାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି  । ଏହାରି ମଧ୍ୟରେ ଦଶରଥପୁର ବ୍ଲକ ରେ ବଣୁଆ ହାତୀ ଆତଙ୍କ ଦେଖିବାକୁ ମିଳିଛି । ବିରଜାପୁର ପଂଚାୟତ ରେ ବିଳମ୍ବିତ ରାତ୍ରରେ ଧାନ କ୍ଷେତ ଓ ଗାଁ ରେ ପଶିଥିଲା ବଣୁଆ ହାତୀ ।

ପରେ ଏହି ହାତୀ ଟି ପାଳଦା ଗାଁ ହୋଇ ମଣ୍ଡାରଖଣ୍ଡ ଅଞ୍ଚଳ କୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ହାତୀ କୁ ନେଇ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡିଛନ୍ତି  ଅଂଚଳ ବାସୀ। ହାତୀ ଗୋଡାଇବାକୁ ଯାଇ ବିରଜାପୁର ଗାଁର ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ହାତୀ ଟି ଏଣେତେଣେ ବୁଲୁଥିବା ବେଳେ କାବୁ କରିବାକୁ ବନ ବିଭାଗ କର୍ମଚାରୀଙ୍କ ଉଦ୍ୟମ ଆରମ୍ଭ ହୋଇଛି । ଗାଁ ରେ ଲୋକ ମାନଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ମାଇକ ଯୋଗେ ସଚେତନ କରାଯାଉଛି । ହାତୀଟି ହଦଗଡ଼ ଜଙ୍ଗଲ ରୁ ଭଣ୍ଡାରିପୋଖରୀ ହୋଇ ଯାଜପୁର ରେ ପ୍ରବେଶ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.