Latest Odisha News

BREAKING NEWS

ସପିଂ ମଲରୁ ସନ୍ଦେହଜନକ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର

ଯାଜପୁର: ପୁଣି ଅଲୋଡା ହେଲେ ଶିଶୁ କନ୍ୟା । ଗତକାଲି ଯାଜପୁର ବ୍ୟାସନଗର ସହରର ଏକ ସପିଂ ମଲରୁ ସନ୍ଦେହଜନକ ଅବସ୍ଥାରେ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି  । ଶିଶୁର ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଶିଶୁଟିକୁ ଧରି ସପିଂ ମଲରେ ବୁଲୁଥିବାର ଗ୍ରାହକଙ୍କ ନଜରରେ ପଡିଥିଲା । ଏପରିକି ମହିଳା ଜଣକ ଭୟଭୀତ ଏବଂ ବିଚଳିତ ହେଉଥିବା ଦେଖି ମଲ୍ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା । ସେମାନେ ଉକ୍ତ ମହିଳାଙ୍କୁ ସେଠାରେ ଅଟକ ରଖି ଯାଜପୁର ରୋଡ଼ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ମଲରେ ପହଞ୍ଚି ମହିଳାଙ୍କ ସହ ଶିଶୁକନ୍ୟାଟିକୁ ଥାନାକୁ ନେଇଥିଲା ।  ସେଠାରେ ସଂମ୍ପୃକ୍ତା ମହିଳାଙ୍କୁ ପଚରାଉଚରା କରିବା ପରେ ଶିଶୁକନ୍ୟା ସହ ସମ୍ପୃକ୍ତା ମହିଳାଙ୍କୁ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗଙ୍କ ଜିମା ଦେଇଛି । ତେବେ ଶିଶୁଟି କାହାର ଏବଂ କିପରି ସେ ଏହି ମହିଳାଙ୍କ ପାଖକୁ ଆସିଲା , ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ୍ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ମିଳିତ ଭାବେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.