Latest Odisha News

BREAKING NEWS

ଥମୁନି ହାତୀ ଆତଙ୍କ

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ । ଖଣ୍ଡବନ୍ଧ ଖଣି ଅଞ୍ଚଳରେ ୧୦ଟିକିଆ ହାତୀ ପଲ ପଶି ଆସିଥିଲେ । ଖଣି ଭିତରକୁ ପଶି ଆସିଥିବା ହାତୀ ଗୁଡିକ ମଧ୍ୟରେ ୨ଟି ଦନ୍ତା ହାତୀ ସହ ଦୁଇଟି ଛୁଆ ହାତୀ ମଧ୍ୟ ରହିଥିଲେ । ଅପରାହ୍ନରେ ହାତୀ ପଲ ଟାଟା ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ୍ ଖଣି ଅଞ୍ଚଳକୁ ପଶି ଆସିଥିବା ବେଳେ ଲୋକେ ଆତଙ୍କିତ ହୋଇପଡିଥିଲେ ।

କିଛି ଦିନ ହେଲା ସେହି ଅଞ୍ଚଳରେ ହାତୀ ପଲ ଚଳପ୍ରଚଳ କରୁଥିବା ବେଳେ ଖଣି ଖନନ ସମୟରେ ବିସ୍ଫୋରଣ ଯୋଗୁ ହାତୀ ଗୁଡିକ ବାଟ ଭୁଲିଯାଉଥିବା ଅନୁମାନ କରାଯାଉଛି । ତେବେ ହାତୀ ଗୁଡିକ କିଛି ସମୟ ପରେ ଜଙ୍ଗଲ ଭିତରକୁ ଚାଲିଯାଇଥିବା ଜଣାପଡିଛି ।

Leave A Reply

Your email address will not be published.