ବାଲେଶ୍ଵର: ନୀଳଗିରିରେ ଥମୁନି ହାତୀ ଆତଙ୍କ । ହାତୀଙ୍କ ଦାଉରୁ ଫସଲ ସୁରକ୍ଷା ନେଇ ଚାଷୀଙ୍କ ଚିନ୍ତା ଘାରିଛି। ତେଣୁ କିଛି ଗ୍ରାମବାସୀ ଓ ଚାଷୀମାନେ ଫସଲ ସୁରକ୍ଷା ଓ ପରିବାର ସୁରକ୍ଷା ପାଇଁ ହାତରେ ଡ୍ରମ, ଟିଣ, ବାସନ ଧରି ମଞ୍ଚା ବାନ୍ଧି ରାତିସାରା ତା ଉପରେ ରହୁଛନ୍ତି । ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଅଧିନ ଶାଳବନ୍ଧ ଅଂଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
କିଛି ଦିନ ଧରି ଝାଡ଼ଖଣ୍ଡ ଓ କୂଳଡିହା ହାତୀଙ୍କ ପାଇଁ ନୀଳଗିରିର ବିଭିନ୍ନ ଅଞ୍ଚଳ ଚାଷୀମାନେ ଚିନ୍ତିତ ଅଛନ୍ତି। ସବୁଠାରୁ ଚିନ୍ତାରେ ପକାଇଛନ୍ତି କୂଳଡିହା ହାତୀ । ହାତୀପଲ କୂଳଡିହା ଅଭୟାରଣ୍ୟରୁ ସଂଧ୍ୟାରେ ବାହାରି ଆଖପାଖ ଧାନ କ୍ଷେତକୁ ଯାଇ ଉପଦ୍ରଵ ଚଳାଇଛନ୍ତି। ଏକର ଏକର ଫସଲ ଖାଇବା ସହ ପାଦତଳେ ଦଳି ମକଚି ଦେଉଛନ୍ତି । ଚାଷକରି ପରିବାର ପୋଷଣ କରୁଥିବା ଚାଷୀ ଫସଲ ଉଜୁଡିବା ଦେଖି ଚିନ୍ତାରେ ପଡିଛନ୍ତି।
ହାତୀଙ୍କ ଦାଉରୁ ଫସଲ ସୁରକ୍ଷା ପାଇଁ ଚାଷୀମାନେ ମିଳିତ ହୋଇ ଚାଷଜମି ନିକଟରେ ଥିବା ଗଛ ଉପରେ ମଞ୍ଚାବାନ୍ଧି ଜଗି ରହିଛନ୍ତି। ଏପରିକି ନିଆଁଜାଳି ମଧ୍ୟ ହାତୀକୁ ଗାଁ ଭିତରକୁ ନଆସିବାକୁ ଭୟବିତ କରାଉଥିବା ଦେଖାଯାଇଛି। ହାତୀ ଘଉଡାଇବା ସହ ସୀମାନ୍ତରେ ଟ୍ରେଞ୍ଜ ଖୋଳିବା ଓ ସୋଲାର ଫେନ୍ସି କରିବା, କ୍ଷତି ହୋଇଥିବା ଚାଷଜମି ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
Comments are closed.