Latest Odisha News

BREAKING NEWS

ଫୁଲବାଣୀରେ ଶୀତର ପହିଲି ଛୁଆଁ

ଫୁଲବାଣୀ: ଶୀତୁଆ ସକାଳ କାକରର ପହିଲି ସ୍ପର୍ଶ । ଫୁଲବାଣୀ ଛୁଇଁଛି ଶୀତ । ଚାରିଆଡ଼େ କୁହୁଡିର ଚାଦର । ସୂର୍ଯ୍ୟର ହାଲକା କିରଣ ଆଉ ଘାସ ଗାଲିଚା ଉପରେ ମୁକ୍ତାର ଭ୍ରମ ସୃଷ୍ଟି କରୁଛି କାକର ଟୋପା । ପ୍ରାକୃତିକ ମନୋରମ ପରିବେଶ ଭିତରେ ଶୀତୁଆ ସକାଳର ମଜା ନେଉଛନ୍ତି ଲୋକେ ।

ଦାର୍ଜିଲିଂ ର ଭ୍ରମ ସୃଷ୍ଟି କରୁଥିବା ଏହି ସ୍ଥାନରେ ନଭେମ୍ବରରୁ ଲାଗିଯାଏ ପର୍ଯ୍ୟଟକଙ୍କ ଭିଡ଼ । ଚଳିତଥର କୋଭିଡ୍ କଟକଣା ଯୋଗୁଁ ପର୍ଯ୍ୟଟକ ବେଶୀ ଗହଳି ନଥିଲେ ବି ଏହି ସ୍ଥାନକୁ ବୁଲିବାକୁ କେହି ଭୁଲୁନାହାନ୍ତି । ଜଳପ୍ରପାତରୁ ନେଇ ପ୍ରାକୃତିକ ମନୋରମ ପରିବେଶର ବେଶ୍ ମଜା ଉଠାଉଛନ୍ତି ବୁଲି ଆସୁଥିବ ଲୋକେ ।

Leave A Reply

Your email address will not be published.