Latest Odisha News

BREAKING NEWS

୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଫେବୃଆରୀ ୬ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ପଢ଼ୁଥିବା ଅଣ୍ଡର ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ କଲେଜ ଯାଇ ଶ୍ରେଣୀ ଗୃହରେ ପଢ଼ିବାକୁ ଅନୁମତି ମିଳିଛି ।

ଦୀର୍ଘ ୧୧ ମାସ ପରେ କଲେଜ ଛାତ୍ରଛାତ୍ର ଶ୍ରେଣୀ ଗୃହରେ ବସି ପାଠ ପଢ଼ି ପାରିବେ। ଶେଷ ବର୍ଷର ଛାତ୍ର-ଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଏବେ ରାଜ୍ୟ ସରକାର ପିଜି ଓ ୟୁଜି ଛାତ୍ରଙ୍କ ପାଇଁ କଲେଜ୍ ଏବଂ ବିଶ୍ଵବିଦ୍ୟାଳୟ ଫେବୃଆରୀ ୬ରୁ ଖୋଲିବାକୁ ଘୋଷଣା କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଶେଷ ସେମିଷ୍ଟାର ପରୀକ୍ଷା ଜୁନ୍‌ ୧୬ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅନ୍ୟ ସେମିଷ୍ଟାର ପରୀକ୍ଷା ଗୁଡ଼ିକ ମେ’ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବ ।

ରାଜ୍ୟରେ କରୋନା ଗ୍ରାଫ୍‌ ତଳମୁହାଁ ହେବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି । ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଯୁକ୍ତ ୨ କଲେଜ ବିଷୟରେ କିଛି ଉଲ୍ଲେଖ ନାହିଁ । ୨୦୨୦ ମାର୍ଚ୍ଚ ୨୦ ତାରିଖରୁ ମହମାରୀ କରୋନାକୁ ନଜରରେ ରଖି ସରକାର ସ୍କୁଲ କଲେଜ ବନ୍ଦ ଘୋଷଣା କରିଥିଲେ ।

Leave A Reply

Your email address will not be published.