Latest Odisha News

BREAKING NEWS

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୁକ୍ରବାର ଦିନ ବଜ୍ରପାତ ଯୋଗୁଁ ୧୧ ବ୍ୟକ୍ତିିଙ୍କ ପ୍ରାଣହାନୀ ଘଟିଛି ।

କେବଳ ବାଲେଶ୍ୱର ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୧ଜଣ, ମୟୁରଭଞ୍ଜରେ ୫ ଜଣ ଓ କେନ୍ଦ୍ରାପଡ଼ାରେ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି ।

ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଛି । ମୋରଡ଼ା ବ୍ଲକ ସୁନହଜାର ଗ୍ରାମର ସାରଥି ମହାନ୍ତ, ମାଣିତ୍ରୀ ନିକଟସ୍ଥ ଶ୍ରୀରାମପୁର ଗ୍ରାମର ଲକ୍ଷଣ ମୁର୍ମୁ, ଖୁଣ୍ଟା ବ୍ଲକର ଦୁକୁରା ଗ୍ରାମରେ ରାଜେନ୍ଦ୍ର ବେହେରା, ବୈଶିଙ୍ଗା ବ୍ଲକର ମହେଶ୍ୱରପୁର ଗାଁର ଅଖିଳ ଦଳେଇ, କାଇଁଚଗାଡ଼ିଆ ନିକଟ ବଡ଼ଶୋଳ ଗ୍ରାମର ଜଣଙ୍କର ମୃତ୍ୟୁ ଘଟିଛି ।

ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶିଖରପୁର ପଞ୍ଚାୟତର ମହୁଲିଆ ଗ୍ରାମର ଯୋଗେନ୍ଦ୍ର ବେହେରା, ବସ୍ତା ଥାନା ବରୁଣଗାଡ଼ିଆର ରୁଦ୍ରରାଜ ବେହେରା, ମାଙ୍କଡ଼ାଗାଡ଼ିଆର ମଧୁସୂଦନ ବେହେରା, ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗଣେଶପୁର ଗାଁର ସୁଶୀଳା ନାମକ ମହିଳାଙ୍କର ବଜ୍ରପାତ ଜନିତ ମୃତ୍ୟୁ ଘଟିଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ବଡ଼କୁମାରୀ ପଞ୍ଚାୟତର ମାଣିକପୁର ଗ୍ରାମର ଭଗବାନ ସାହୁ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି ।

ତେବେ ଏହି ବଜ୍ରପାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଖବର ମିଳିଛି ।

 

Leave A Reply

Your email address will not be published.