Latest Odisha News

BREAKING NEWS

ଇଏଲଆଇ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ, ଏହି ସ୍କିମରୁ ଉପକୃତ ହେବେ ୩.୫ କୋଟି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଜୁଲାଇ ୧ ତାରିଖ ଦିନ ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ଯୋଜନା (ଏମ୍ପ୍ଲୋଏମେଣ୍ଟ ଲିଙ୍କ୍ ଇନସେନଟିଭ୍ ସ୍କିମ୍) ଅନୁମୋଦନ କରିଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ନିଯୁକ୍ତି ସୃଷ୍ଟି, ନିଯୁକ୍ତି ସୁଯୋଗ ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ କରିବା। ଏହାର ବିଶେଷ ଲକ୍ଷ୍ୟ ଉତ୍ପାଦନ କ୍ଷେତ୍ର ଉପରେ ରହିଛି।

ଏହି ଯୋଜନା ଅଧୀନରେ ପ୍ରଥମ ଥର ପାଇଁ କର୍ମଚାରୀମାନେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଏକ ମାସର ମଜୁରୀ ପାଇବେ। ଦୁଇଟି କିସ୍ତିରେ ଏହି ଲାଭ ମିଳିବ। ନିଯୁକ୍ତିଦାତାମାନଙ୍କୁ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବା ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ଦିଆଯିବ, ଉତ୍ପାଦନ କ୍ଷେତ୍ର ପାଇଁ ଆହୁରି ଦୁଇ ବର୍ଷ ପାଇଁ ଅତିରିକ୍ତ ଲାଭ ଦିଆଯିବ। ଏହି ସ୍କିମର ଦୁଇଟି ଭାଗ ଅଛି ପାର୍ଟ-ଏ ଏବଂ ପାର୍ଟ-ବି। ପ୍ରଥମ ଥର ଚାକିରିରେ ଯୋଗ ଦେଉଥିବା କର୍ମଚାରୀମାନଙ୍କୁ ୧୫ ହଜାର ଚଙ୍କା ପର୍ଯ୍ୟନ୍ତ ଗୋଟିଏ ମାସର ଇପିଏଫ ମଜୁରି ପ୍ରଦାନ କରାଯିବ ବୋଲି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ, ଭୁବନେଶ୍ୱର କାର୍ଯ୍ୟାଳୟର କେନ୍ଦ୍ରୀୟ ଭବିଷ୍ୟନିଧି କମିସନର ଉମା ମଣ୍ଡଳ କହିଛନ୍ତି।

ଚଳିତ ବର୍ଷ ଅଗଷ୍ଟ ୧ ରୁ ୨୦୨୭ ଜୁଲାଇ ୩୧ ମଧ୍ୟରେ ଚାକିରି କରିବାକୁ ଥିବା କର୍ମଚାରୀମାନେ ଏହି ସ୍କିମର ଲାଭ ଉଠାଇ ପାରିବେ। ନିଯୁକ୍ତିଦାତା ବର୍ଗରେ ପ୍ରତି ଅତିରିକ୍ତ କର୍ମଚାରୀଙ୍କ ପାଇଁ ପ୍ରତି ମାସରେ ଦୁଇ ବର୍ଷ ପାଇଁ ତିନି ହଜାର ପର୍ଯ୍ୟନ୍ତ ପ୍ରୋତ୍ସାହନ ମିଳିବ। ଉତ୍ପାଦନ କ୍ଷେତ୍ର ପାଇଁ ୪ ବର୍ଷ ପାଇଁ ଏହି ପ୍ରୋତ୍ସାହନ ମିଳିବ। ଇପିଏଫ ପଞ୍ଜିକୃତ ଥିବା ୫୦ରୁ କମ କର୍ମଚାରୀ ଥିବା ସଂସ୍ଥା ଅତିରିକ୍ତ ଦୁଇ ଜଣ ଏବଂ ୫୦ ରୁ ଅଧିକ କର୍ମଚାରୀ ଥିବା ସଂସ୍ଥା ଅତିରିକ୍ତ ପାଞ୍ଚ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ପ୍ରୋତ୍ସାହନ ରାଶି ପାଇପାରିବେ।

ନିଯୁକ୍ତିଦାତା ବର୍ଗରେ ୨.୬୯ ଲକ୍ଷ କର୍ମଚାରୀ ଉପକୃତ ହେବେ। ମୋଟ ଉପରେ ଏହି ସ୍କିମରେ ୩.୫ କୋଟି ନିଯ୍ତକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଆଞ୍ଚଳିକ ଭବିଷନିଧି କମିସନର-୧ ସୁଶାନ୍ତ ପାଢୀ, ଭୁବନେଶ୍ୱର ପ୍ରଭାରୀ ରାଜର୍ଷି ଚାକମା, ଆଞ୍ଚଳିକ ଭବିଷ୍ୟନିଧି କମିସନ-୨ ମୌସୁମୀ ଲତା ପାଢୀ ଓ ଗୌରବ ମହାନ୍ତି ଉପସ୍ଥିତ ଥିଲେ।

Comments are closed.