Latest Odisha News

BREAKING NEWS

ଟ୍ୱିଟରକୁ କିଣିବାକୁ ସବୁଠୁ ବଡ ଅଫର ଦେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲୋନ ମସ୍କ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ ସୋଶିଆଲ ମିଡିଆ କମ୍ପାନୀ ଜ୍ୟାକ ଡୋର୍ସିଙ୍କ ଟ୍ୱିଟରକୁ କିଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା କମ୍ପାନୀର ମାଲିକ ଏଲୋନ ମସ୍କ । ୩୨ ଲକ୍ଷ କୋଟି ଟଙ୍କାରେ କିଣିବା ପାଇଁ ଟ୍ୱିଟରକୁ ପ୍ରସ୍ତାବ ଦେଇଥିବା ସୂଚନା ରହିଛି । ଟ୍ୱିଟରରେ ଅନେକ ଲୁକାୟତ ଫିଚର ରହିଛି। ସେ କିଣିବା ପରେ ଟ୍ୱିଟରରେ ସେହିସବୁ ଲୁକାୟତ ଫିଚରକୁ ଆଣିବେ ବୋଲି ଏଲୋନ ମସ୍କ କହିଛନ୍ତି।

ଟ୍ୱିଟରକୁ ସେ ପ୍ରତି ଅଂଶଧନ ବା ସେୟାର ପିଛା ଭାରତାୟ ମୁଦ୍ରାରେ ୪ ହଜାର ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛନ୍ତି । ହେଲେ ଜାନୁଆରୀ ସୁଦ୍ଧା ଟ୍ୱିଟରରେ ପ୍ରତି ସେୟାର ମୂଲ୍ୟ ୨ ହଜାର ୧୦୦ ଟଙ୍କା ଜାନୁଆରୀ ସୁଦ୍ଧା ଥିଲା। ଅର୍ଥାତ୍ ଟ୍ୱିଟରକୁ ୫୪ ପ୍ରତିଶତ ଅତିରିକ୍ତ ପଇସା ଦେଇ କିଣିବା ପାଇଁ ଚାହୁଁଛନ୍ତି ମସ୍କ ।

ଉଲ୍ଲେଖଯୋଗ୍ୟ, ଜ୍ୟାକ ଡୋର୍ସିଙ୍କ ପାଖରେ ଏବେ ଟ୍ୱିଟରର ମୋଟ୍ ଅଂଶଧନର ୨ ପ୍ରତିଶତ ରହିଛି । ବାକି ଅଂଶଧନ ଆଉ କାହା ପାଖରେ ରହିଛି । ତେଣୁ ଟ୍ୱିଟରରେ କଣ ହେବ ତାହା ବୋର୍ଡ ନିଷ୍ପତି ନିଏ, ପ୍ରତିଷ୍ଠାତା ଜ୍ୟାକଙ୍କ ପାଖରେ ମନମାନି କରିବାର କ୍ଷମତା ନଥାଏ। କିନ୍ତୁ ଏଲୋନ ଯଦି କିଣିବେ ତାହେଲେ ସେ ମୋଟ୍ ଅଂଶଧନରୁ ୫ ପ୍ରତିଶତ ସେୟାର ରଖିବେ । ଅର୍ଥାତ୍ ଟ୍ୱିଟର ବୋର୍ଡ ଉପରେ ଏଲୋନ ମାସ୍କ ଅଧିକ ଚାପ ପକାଇ ପାରନ୍ତି।

ଟ୍ୱିଟରକୁ କିଣିବା ପାଇଁ ଏଲୋନା ବହୁ ପୂର୍ବରୁ ଚେଷ୍ଟା କରୁଛନ୍ତି । ବିଭିନ୍ନ ସମୟରେ ଏ ନେଇ ଚର୍ଚ୍ଚା ହୁଏ । କିନ୍ତୁ ଏଥର ମାସ୍କ ଟ୍ୱିଟରକୁ କେତେ ଟଙ୍କାରେ କିଣିବା ପାଇଁ ଚାହୁଁଛନ୍ତି ତାହା ପ୍ରକାଶ କରିଛନ୍ତି।

Comments are closed.