Latest Odisha News

BREAKING NEWS

ଏଣିକି ଟ୍ୱିଟରର ସମସ୍ତ ଭିଡିଓ ଦେଖିପାରିବେ ଟିଭିରେ, ସ୍ମାର୍ଟ ଟିଭି ୟୁଜର୍ସଙ୍କ ପାଇଁ ଆସୁଛି ନୂଆ ଆପ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ୱିଟରର ନୂତନ ମାଲିକ ଏଲୋନ୍ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରର ପୁନଃ ଦାୟିତ୍ୱ ଗ୍ରହଣ କରିବା ପରେ ବ୍ୟାକ୍ ଟୁ ବ୍ୟାକ୍ ୟୁଜର୍ସଙ୍କ ପାଇଁ ନୂତନ ଫିଚର ଆଣୁଛନ୍ତି। ବର୍ତ୍ତମାନ ଏଲୋନ୍ ମସ୍କ ଆଉ ଏକ ନୂତନ ଫିଚର ଲଞ୍ଚ କରିବାକୁ ଯାଉଛନ୍ତି। ସ୍ମାର୍ଟ ଟିଭି ବ୍ୟବହାରକାରୀଙ୍କ ପାଇଁ ଖୁବ୍ ଶୀଘ୍ର ଏକ ନୂଆ ଆପ୍ ଲଞ୍ଚ କରିବାକୁ ଯାଉଛନ୍ତି।

ସମ୍ପ୍ରତିରେ ଜଣେ ଟ୍ୱିଟର ୟୁଜର୍ସ ଏସଏମ୍ ରୋବିନ୍ସୋନ ଟ୍ୱିଟ୍ କରିଛନ୍ତି ଯେ ସ୍ମାର୍ଟ ଟିଭି ପାଇଁ ଆମକୁ ଟ୍ୱିଟର ଭିଡିଓ ଆପ୍ ଆବଶ୍ୟକ। ଆମେ ଟ୍ୱିଟରରେ ଏକ ଘଣ୍ଟାର ଲମ୍ବା ଭିଡିଓ ଦେଖୁନାହୁଁ। ଏଥିପାଇଁ ଟିଭି ଆବଶ୍ୟକ। ଏହି ଟୁଇଟର ଜବାବରେ ଟ୍ୱିଟର ମାଲିକ ଏଲୋନ୍ ମସ୍କ ଉତ୍ତର ଦେଇଥିଲେ । ଆଉ କହିଥିଲେ ଖୁବଶୀଘ୍ର ଆସୁଛି ଏହି ଆପ୍। ଏଲୋନ ମସ୍କ ଗୋଟିଏ କଥା ସ୍ପଷ୍ଟ କରିଛନ୍ତି ଯେ ଆଗାମୀ ସମୟରେ ସ୍ମାର୍ଟ ଟିଭି ବ୍ୟବହାରକାରୀମାନେ ଟ୍ୱିଟର ଭିଡିଓ ଆପ୍‌ର ସୁବିଧା ପାଇପାରିବେ।

ବ୍ୟବହାରକାରୀଙ୍କ ପାଇଁ ଟ୍ୱିଟର ଭିଡିଓ ଆପ୍ ରୋଲ ଆଉଟ କରିବାକୁ ଏଲୋନ୍ ମସ୍କ କେତେ ଦିନର ଯୋଜନା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଅଫିସିଆଲ ନୋଟିସ ଆସିନାହିଁ। ସୂଚନା ଥାଉକି କିଛି ଦିନ ପୂର୍ବରୁ ଏଲୋନ୍ ମସ୍କ ନିଶ୍ଚିତ କରିଥିଲେ ଯେ ଇନଷ୍ଟାଗ୍ରାମରୁ କଣ୍ଟେଣ୍ଟ କ୍ରିଏଟର୍ସମାନେ ଯେପରି ଅର୍ଥ ଉପାର୍ଜନ କରୁଛନ୍ତି ସେହିପରି ଟ୍ୱିଟରୁ ମଧ୍ୟ ଖୁବ୍ ଶୀଘ୍ର କଣ୍ଟେଣ୍ଟ କ୍ରିଏଟର୍ସମାନେ ଟଙ୍କା ରୋଜଗାର କରି ପାରିବେ। କିନ୍ତୁ ସେହି ସମୟରେ ଏହା ମଧ୍ୟ ନିଶ୍ଚିତ ହୋଇଥିଲା ଯେ କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ସେମାନଙ୍କ ଦକ୍ଷତା ପାଇଁ ଅର୍ଥ ପ୍ରଦାନ କରାଯିବ। ସେହିପରି କେବଳ ଭେରିଫାଇଡ ଆକାଉଣ୍ଟ କ୍ରିଏଟର୍ସମାନେ କମ୍ପାନୀର ଏହି ସୁବିଧା ସୁଯୋଗ ନେବାକୁ ସକ୍ଷମ ହେବେ।

Comments are closed.