Latest Odisha News

BREAKING NEWS

ବିରୋଧ… ବିବାଦ… ବଦଳିବ ‘ଆଦିପୁରୁଷ’ ଫିଲ୍ମର ଡାଇଲଗ୍

ମୁମ୍ବାଇ: ରିଲିଜ୍ ପୂର୍ବରୁ ‘ଆଦିପୁରୁଷ’ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଥିବା କ୍ରେଜ୍ ଆଉ ନାହିଁ । ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ପରେ ଦର୍ଶକ ବେଶ୍ ସମାଲୋଚନା କରୁଛନ୍ତି । କିଏ ଲୁକକୁ ନେଇ ତ ଆଉ କିଏ ଡାଇଲଗକୁ ନେଇ । ଜୋରଦାର ବିରୋଧ ଭିତରେ ‘ଆଦିପୁରୁଷ’ ଫିଲ୍ମ ନିର୍ମାତା ନେଇଛନ୍ତି ବଡ଼ ନିଷ୍ପତ୍ତି ।

BjdElectrycity

ଫିଲ୍ମର ଡାଇଲଗ୍ ରାଇଟର ମନୋଜ ମୁନ୍ତଶିର ଟ୍ୱିଟ୍ କରି ଘୋଷଣା କରିଛନ୍ତି, ଏବେ ଫିଲ୍ମର ଡାଇଲଗ୍ ବଦଳି ଯିବ । ଦର୍ଶକଙ୍କ ଭାବନାକୁ ଆଘାତ ଦେଇଥିବା ଡାଇଲଗ୍ ପରିବର୍ତ୍ତନ କରାଯିବା ସହ ଆସନ୍ତା ସପ୍ତାହରେ ଫିଲ୍ମରେ ସାମିଲ୍ କରାଯିବ ବୋଲି ଫିଲ୍ମ ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି ।

ମନୋଜ ମୁନ୍ତଶିର ଆହୁରି କହିଛନ୍ତି, ମୁଁ ‘ଆଦିପୁରୁଷ’ ଫିଲ୍ମର ୪୦୦୦ରୁ ଅଧିକ ଧାଡ଼ିର ଡାଇଲଗ୍ ଲେଖିଛି । ଯେଉଁଥିରୁ ୫ଟି ଶବ୍ଦକୁ ନେଇ ଦର୍ଶକଙ୍କ ଭାବନା ଆଘାତ ହୋଇଛି । ଯେଉଁଥି ପାଇଁ ଡାଇଲଗ୍ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଫିଲ୍ମ ‘ଆଦିପୁରୁଷ’ ସବୁ ବର୍ଗର ଦର୍ଶକଙ୍କ ମନ ଜିଣିଥିବା ବେଳେ ଫିଲ୍ମର ଡାଇଲଗ୍ ପରିବର୍ତ୍ତନ କରିବାକୁ ଯାଉଛନ୍ତି ନିର୍ମାତା । ଏହା ପୂର୍ବରୁ ବି ଫିଲ୍ମର ଟିଜର ରିଲିଜ୍ ବେଳେ ଦର୍ଶକ ନାପସନ୍ଦ କରିଥିଲେ । ହେଲେ ଟ୍ରେଲର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏବେ ଫିଲ୍ମ ରିଲିଜ୍ ପରେ ପୁଣି ଡାଇଲଗ୍ ପରିବର୍ତ୍ତନ ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ‘ଆଦିପୁରୁଷ’ ନିର୍ମାତା ।

Leave A Reply

Your email address will not be published.