Latest Odisha News

BREAKING NEWS

‘ମନ କୀ ବାତ’ରେ ରଥଯାତ୍ରା ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ; କହିଲେ, ଏହା ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯକ୍ରମ ମନ କୀ ବାତର ୧୦୨ ତମ ସଂସ୍କରଣ ଆଜି ପ୍ରସାରିତ ହୋଇଛି । ପ୍ରଥମ ଥର ପାଇଁ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କର ଆମେରକା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେ ଏକ ସପ୍ତାହ ପୂର୍ବରୁ ଏହି କାର୍ଯ୍ୟକ୍ରମ କରିଥିବା ସେ କହିଛନ୍ତି ।

BjdElectrycity

ଏଥର ମନ କୀ ବାତରେ ରଥଯାତ୍ରା ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ସେ  ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇବା ସହ ପୁରୀ ରଥଯାତ୍ରାକୁ ଅଦ୍ଭୁତ ମହୋତ୍ସବ ବୋଲି କହିଛନ୍ତି ।   ରଥଯାତ୍ରାରେ ପ୍ରତ୍ୟେକ ବର୍ଗ ସାମିଲ୍‌ ହେବା ବାସ୍ତବରେ ଅନୁକରଣୀୟ । ଏହା ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ଅଟେ।’

ମନ କୀ ବାତରେ  ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ବାତ୍ୟା ‘ ବିପର୍ଯ୍ୟୟ’ କଥା ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ  । ଭାରତୀୟଙ୍କ ସାମୂହିକ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ, ବଡ଼ରୁ ବଡ଼ ଲକ୍ଷ୍ୟ ହେଉ, କଠିନରୁ କଠିନ ଆହ୍ୱାନ ହେଉ, ଭାରତର ଜନସାଧାରଣଙ୍କ ସାମୂହିକ ବଳ, ସାମୂହିକ ଶକ୍ତି ପ୍ରତ୍ୟେକ ଆହ୍ୱାନର ସମାଧାନର ସୂତ୍ର ବାହାର କରିଦେଉଛି । ଏଇ ମାତ୍ର ଦୁଇ ତିନି ଦିନ ଆଗରୁ ଯାହା ଆମେ ଦେଖିଲୁ, ଯେ ଦେଶର ପଶ୍ଚିମ ସୀମାରେ କେତେ ବଡ଼ ବାତ୍ୟା ବାତ୍ୟା ବିପର୍ଯ୍ୟୟ  କଚ୍ଛ ଅଂଚଳରେ କେତେ ଯେ କ୍ଷୟକ୍ଷତି ଘଟାଇଲା! କିନ୍ତୁ କଚ୍ଛର ଲୋକେ ଯେଉଁ ସାହସ ଏବଂ ପ୍ରସ୍ତୁତି ସହ ଏହି ବିପଜ୍ଜନକ ବାତ୍ୟାର ମୁକାବିଲା କଲେ, ତାହା  ଅଭୂତପୂର୍ବ ।

ମନ କୀ ବାତରେ ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ତୁଳସୀରାମ ଯାଦବଙ୍କ କଥା କହିଥିଲେ ପ୍ରଧାନମନ୍ତ୍ରୀ । ତୁଳସୀରାମ ଯାଦବ ହେଉଛନ୍ତି ଲୁକତରା ଗ୍ରାମପଂଚାୟତର ମୁଖ୍ୟ । ବାନ୍ଦା ଓ ବୁନ୍ଦେଲଖଣ୍ଡ ଅଂଚଳରେ ପାଣି ସମସ୍ୟାକୁ ଦୂର କରିବା ପାଇଁ ତୁଳସୀରାମ୍ ଗାଁ ଲୋକଙ୍କ ସହାୟତାରେ ୪୦ରୁ ଅଧିକ ପୋଖରୀ ଖୋଳାଇଛନ୍ତି ।   ଏଥିସହିତ ଛତ୍ରପତି ଶିବାଜୀଙ୍କୁ ସ୍ମରଣ କରିବା ସହ  ତାଙ୍କର ଜଳ ପରିଚାଳନା ଏବଂ ନୌବାହିନୀକୁ ନେଇ   ଯେଉଁ ସବୁ କାର୍ଯ୍ୟ କରିଛନ୍ତି ତାହାର ଉଲ୍ଲେଖ କରିଥିଲେ  ।

ସେହିପରି ଅନୁର୍ବର ମାଟିକୁ ଜାପାନର ମିୟାୱାକି ପଦ୍ଧତିରେ ଉର୍ବର କରିଥିବା କେରଳର  ଶିକ୍ଷକ  ରାଫି ରାମନାଥଙ୍କ କଥା ମଧ୍ୟ ଉଠାଇଥିଲେ । ଜମ୍ମୁକଶ୍ମରର ଇଶରତ୍ ନବୀଙ୍କ କଥା ଉଠାଇ ସେ କିପରି ଡାଇରୀ ଫାର୍ମ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ସେ ପ୍ରସଙ୍ଗ ଉଠାଇଥିଲେ ।

ସେହିପରି ଏମର୍ଜେନ୍ସି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ହେଉଛି ଗଣତନ୍ତ୍ରର ଜନନୀ   ।    ଜୁନ୍ ୨୫ ତାରିଖକୁ ଆମେ କେବେ ବି ଭୁଲିପାରିବୁନି । ଏ ହେଉଛି ସେହିଦିନ ଯେଉଁଦିନ ଆମ ଦେଶ ଉପରେ Emergency  ଲଦି ଦିଆଯାଇଥିଲା। ତାହା ଭାରତ ଇତିହାସର ଏକ କଳା ଅଧ୍ୟାୟ ଥିଲା ବୋଲି କହିଥିଲେ । । ମୁଁ ଚାହେଁ ଯେ ଆଜି ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ସେତେବେଳେ ଦେଶର ସ୍ୱାଧୀନତାକୁ ବିପଦରେ ପକାଇଥିବା ଏହି ଅପରାଧ ବିଷୟରେ ମଧ୍ୟ ଜାଣିବା ଉଚିତ । ଯାହାଦ୍ୱାରା ଆଜିର ଯୁବପିଢ଼ୀ ପାଇଁ ଗଣତନ୍ତ୍ରର ଅର୍ଥ ଓ ତା’ର ବିଶେଷତ୍ୱକୁ ଜାଣିବା ଆହୁରି ସହଜ ହେବ । ଶେଷରେ ପିଲାମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ,   Homework last ଦିନ ପର୍ଯ୍ୟନ୍ତ ବାକି ରଖନ୍ତୁ ନାହିଁ । କାମ ଶେଷ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ ।

Leave A Reply

Your email address will not be published.