Latest Odisha News

BREAKING NEWS

ଫୋନ ନମ୍ୱର ବନ୍ଦ କରିବେ ଏଲନ ମସ୍କ, ଏକ୍ସରେ କରିବେ କଲ୍! 

ନୁୟର୍କ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଖୁବ୍‌ଶୀଘ୍ର ଫୋନ ନମ୍ବରକୁ ବନ୍ଦ କରିବେ ବୋଲି ଜଣାପଡିଛି। ସେ ନିଜେ ଫୋନ ନମ୍ବର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ, ବର୍ତ୍ତମାନ ସେ ଫୋନ ନମ୍ବର ବିନା ଲୋକଙ୍କ ସହ କଥା ହେବେ। ବର୍ତ୍ତମାନ ସେ କେବଳ ଏକ୍ସ ମାଧ୍ୟମରେ ଲୋକଙ୍କୁ ମେସେଜ୍‌ ଏବଂ କଲ୍‌ କରିବେ। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଅପଡେଟରେ ମସ୍କ କହିଛନ୍ତି ବର୍ତ୍ତମାନ ମୁଁ ଅଡିଓ ଏବଂ ଭିଡିଓ କଲ୍‌ ପାଇଁ କେବଳ ଏକ୍ସ ବ୍ୟବହାର କରିବି।

ପୂର୍ବରୁ ଟୁଇଟରକୁ କିଣି ଏହାକୁ ଏକ୍ସ ନାମରେ ନାମିତ କରିଛନ୍ତି ମସ୍କ। ଏବେ ଯାଏ ସେ ଏଥିରେ ଅନେକ ପରିବର୍ତ୍ତନ କରିଛନ୍ତି । ଉପଭୋକ୍ତାମାନେ ମଧ୍ୟ ଏକ୍ସରେ ରୋଜଗାର କରିବାର ସୁଯୋଗ ପାଇଛନ୍ତି। ତେବେ ମସ୍କ ବର୍ତ୍ତମାନ ଏକ୍ସକୁ ଏମିତି ଏକ ଆପ୍ କରିବାକୁ ଯୋଜନା କରିଛନ୍ତି, ଯାହାଦ୍ୱାରା କେବଳ ସୋସିଆଲ ମିଡ଼ିଆ ପୋଷ୍ଟ ନ କରାଯାଇ ଭିଡିଓ ଓ ଅଡିଓ କଲ ମଧ୍ୟ କରାଯାଇପାରିବ । ବର୍ତ୍ତମାନ ସେ ଏକ୍ସକୁ ଏଭଳି ଏକ ପ୍ଲାଟଫର୍ମ କରିବାକୁ ଚାହୁଁ‌ଛନ୍ତି, ଯେଉଁଠାରେ ଉପଭୋକ୍ତାମାନେ କେବଳ ଟୁଇଟ୍‌ / ଅପଡେଟ ପୋଷ୍ଟ ନୁହେଁ, ବରଂ କଣ୍ଟେଟ୍‌ ପବ୍ଲିସ୍‌, କଣ୍ଟେଟ୍‌ରୁ ଟଙ୍କା ରୋଜଗାର, କଲ୍‌ କରିବା ଇତ୍ୟାଦି ସହିତ ଅନେକ କାର୍ଯ୍ୟ ମଧ୍ୟ କରିପାରିବେ।

ମସ୍କଙ୍କ କମ୍ପାନୀ ଗତ ବର୍ଷ ଏହାର ପ୍ଲାଟଫର୍ମ ଏକ୍ସରେ ଅଡିଓ ଏବଂ ଭିଡିଓ କଲ୍ ପରୀକ୍ଷା ଆରମ୍ଭ କରିଥିଲା । ମସ୍କ କହିଥିଲେ ଯେ ଏକ୍ସ ସହାୟତାରେ ଲୋକଙ୍କୁ ଫୋନ୍ ନମ୍ବର ଦରକାର ହେବ ନାହିଁ। ଲୋକମାନେ ଫୋନ୍ ନମ୍ବର ବିନା ମେସେଜ, ଅଡିଓ କଲ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିପାରିବେ।

Leave A Reply

Your email address will not be published.