Latest Odisha News

BREAKING NEWS

ଅତିଥି ବେଶରେ ଆସି ବିବାହ ମଣ୍ଡପରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଭୁବନେଶ୍ଵର: ରାଜଧାନୀରେ ଥମୁନି ଲୁଟେରାଙ୍କ ଉତ୍ପାତ । ଦିନକୁ ଦିନ ଏହା ଉଗ୍ର ରୂପ ଧରିଲାଣି । ପ୍ରତ୍ୟେକ ଦିନ କିଛି ନା କିଛି ଲୁଟର ଖବର ସାମ୍ନାକୁ ଆସୁଛି । ସେ ଛିନତାଇ ହେଉ କିମ୍ବା ଆପାର୍ଟମେଣ୍ଟରୁ ଚୋରୀ ଏଭଳି ଅନେକ ଘଟଣା ଘଟୁଛି । ତେବେ ଆଜି ଏପରି ଏକ ଅଭାବନୀୟ ଘଟମା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ହତଚକିତ ହୋଇଯିବେ ।

ଖବର ମୁତାବକ, ରାଜଧାନୀର ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ମଣ୍ଡପରେ ବାହାଘର ଚାଲିଥିବା ବେଳେ ବଡଧରଣର ଲୁଟ୍ ହୋଇଛି । ଲୁଟ୍‌ର ଶିକାର ହୋଇଛନ୍ତି ଝିଅ ଘର ଲୋକେ । ଲୁଟେରା ଉପହାର ସମେତ ପାଖାପାଖି ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ତେବେ ଆଜି ବାହାଘର ଚାଲିଥିବାବେଳେ ଜଣେ ଲୁଟେରା ଅତିଥି ବେଶରେ ଆସି ବେଦି ଉପରୁ ସୁନାଗହଣା, ଉପହାର ଓ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ମ୍ପଟ୍ ମାରିଛନ୍ତି । ତେବେ ଲୁଟେରା ଜଣକ ବରଯାତ୍ରୀ ଜଣକ ସହ ଆସିଥିବା ଜଣାପଡିଛି । ଏନେଇ ବଡଗଡ଼ ଥାନାରେ ମାମଲା ରୁଜୁ ହୋଇଛି । ତେବେ ଲୁଟ୍ ହୋଇଥିବା ସମସ୍ତ ଗହଣାର ମୂଲ୍ୟ ଆନୁମାନିକ ୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାବେଳେ, ଏହାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.