ଅମରାବତୀ: ଆନ୍ଧ୍ରପ୍ରଦେଶରେ କୁକୁଡ଼ା ଲଢ଼େଇ ବଡ଼ ଆକାରରେ ଆୟୋଜିତ ହୁଏ। ସମ୍ପ୍ରତିରେ କୁକୁଡା ଲଢେଇରେ ୧ କୋଟି ଟଙ୍କା ବାଜି ଲାଗିଥିବା ଖବର ସାମ୍ନାକୁ ଆସିଥିଲା। ଯାହା ଖବରର ଶୀର୍ଷ ବିନ୍ଦୁ ପାଲଟିଥିଲା। ଏହି କୁକୁଡ଼ା ଲଢ଼େଇରେ ଦୁଇଟି କୁକୁଡ଼ାଙ୍କ ମଧ୍ୟରେ ୧ କୋଟି ଟଙ୍କାର ବାଜି ଲଗାଯାଇଥିଲା। ଏଥିରେ ଗୋଟିଏ କୁକୁଡ଼ା ଜିତିଥିଲା ଏବଂ ତା’ର ମାଲିକ ୧ କୋଟି ଟଙ୍କା ପାଇଥିଲା। ଆନ୍ଧ୍ରପ୍ରଦେଶରେ କୁକୁଡ଼ା ଲଢ଼େଇ କାର୍ଯ୍ୟକ୍ରମ ବହୁତ ଦିନ ଧରି ଚାଲିଆସୁଛି, ଯାହା ଉପରେ ଲୋକମାନେ କୋଟି କୋଟି ଟଙ୍କା ବାଜି ଲଗାନ୍ତି। ଏହି ଲଢ଼େଇ ଦେଖିବା ପାଇଁ ଲୋକମାନେ ଦୂର ଦୂରାନ୍ତରୁ ଆସନ୍ତି।
କୁକୁଡ଼ା ଲଢ଼େଇରେ ଜିତିଥିବା କୁକୁଡ଼ାର ମାଲିକକୁ ଟଙ୍କା ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି ହାରିଯାଇଥିବା କୁକୁଡ଼ାର କ’ଣ ହୁଏ? ଯେଉଁ କୁକୁଡ଼ା ବାଜି ହାରିଯାଏ ପ୍ରାୟତଃ ସେମାନେ ଲଢ଼େଇରେ ହୋଇଥିବା ଆଘାତ ଯୋଗୁଁ ମୃତ୍ୟୁବରଣ କରନ୍ତି। ଏଠାରେ ମୃତ କୁକୁଡ଼ା ମାଂସର ମଧ୍ୟ ଏକ ମୂଲ୍ୟ ରହିଛି। ଏହା କିଲୋ ପ୍ରତି ୧୦୦୦ ରୁ ୨୩୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ। କିନ୍ତୁ ଯେତେବେଳେ ଏହି କୁକୁଡ଼ାଗୁଡ଼ିକ ଉପରେ ନିଲାମ ଡକାଯାଏ, ସେଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କାରେ ମଧ୍ୟ ବିକ୍ରି ହୁଏ। ଏପରି ଏକ ଘଟଣା ଏଲୁରୁ ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ଲଢ଼େଇରେ ହାରିଯାଇଥିବା ମୃତ କୁକୁଡ଼ାକୁ ୧ ଲକ୍ଷ ୧୧ ହଜାର ୧୧୧ ଟଙ୍କାରେ କିଣିଛନ୍ତି। ଯାହା ଚଳିତଥର ଚର୍ଚ୍ଚାକୁ ଆସିଛି।
ପ୍ରକୃତରେ, ଗୋଦାବରୀ ଜିଲ୍ଲାରେ ସଂକ୍ରାନ୍ତି ଅବସରରେ ଆୟୋଜିତ କୁକୁଡ଼ା ଲଢ଼େଇରେ ମୃତ କୁକୁଡ଼ାର ନିଲାମ ଚାଲିଛି। ଯଦି ରିଙ୍ଗ୍ରେ ଲଢ଼ୁଥିବା କୁକୁଡ଼ାମାନଙ୍କ ମଧ୍ୟରୁ ଗୋଟିଏ ଜିତିଯାଏ, ତେବେ ସ୍ପଷ୍ଟ ଯେ ଅନ୍ୟଟି ହାରିଛି। ଏପରି ପରିସ୍ଥିତିରେ, ଲଢ଼େଇରେ ହାରି ମରିଯାଉଥିବା କୁକୁଡ଼ାର ମୃତ୍ୟୁକୁ ବୀରତ୍ୱପୂର୍ଣ୍ଣ ମୃତ୍ୟୁ କୁହାଯାଏ। ଲଢ଼େଇର ୫ ମାସ ପୂର୍ବରୁ ସେମାନଙ୍କୁ ଭଲ ପୁଷ୍ଟିକର ଖାଦ୍ୟ ଦିଆଯାଏ। ବାଦାମ ଏବଂ କାଜୁ ସହିତ ଅଣ୍ଡା, ଚିକେନ୍ ଏବଂ ମଟନ୍ କିମା ମଧ୍ୟ ପରିବେଷଣ କରାଯାଏ। ଏହା କୁକୁଡ଼ାକୁ ଶକ୍ତିଶାଳୀ କରେ। କିନ୍ତୁ ଲଢ଼େଇରେ ମରିବା ପରେ ସେହି କୁକୁଡ଼ାଟି କୋଜା ନାମରେ ପରିଚିତ ହୁଏ।
ଏହି କୋଜା ମାଂସ କାହାକୁ ଦିଆଯାଏ ନାହିଁ। କୁହାଯାଏ ଯେ ଏହି କୋଜା ମାଂସ ଅନ୍ୟ କୁକୁଡ଼ା ମାଂସ ଅପେକ୍ଷା ଭଲ ସ୍ୱାଦିଷ୍ଟ। ଯେତେବେଳେ ଏଲୁରୁର ୱାଇଏନଆର ପେଟାର ରାଜେନ୍ଦ୍ର, ଅହଲାଦ ଏବଂ ରାଜବଂଶୀଙ୍କ କୁକୁଡ଼ା ଲଢ଼େଇରେ ହାରିଗଲା ସେହି କୋଜା (ମରିଯାଇଥିବା କୁକୁଡ଼ା) ନିଲାମ ପାଇଁ ରଖାଯାଇଥିଲା। ଯାହାକୁ ଏଲୁରୁ ଗ୍ରାମୀଣ ମଣ୍ଡଳ ଜାଲିପୁଡ଼ିର ମାଗନ୍ତି ନବୀନ ଚନ୍ଦ୍ର ବୋଷ ୧ ଲକ୍ଷ ୧୧ ହଜାର ୧୧୧ ଟଙ୍କାରେ କିଣିଥିଲେ।
Comments are closed.