Latest Odisha News

BREAKING NEWS

ୟୁଟ୍ୟୁବର ଏଲଭିଶ ଯାଦବ ଗିରଫ

ନୂଆଦିଲ୍ଲୀ: ଗିରଫ ହେଲେ ବିଗବସ ଓଟିଟି ବିଜେତା ତଥା ୟୁଟ୍ୟୁବର ଏଲଭିସ ଯାଦବ । ନୋଏଡା ସ୍ଥିତ ଏକ ରେଭ ପାର୍ଟିରେ ସାପ ବିଷ ମାମଲାରେ ତାଙ୍କୁ ପଚରାଉଚରା କରିବା ପରେ ଆଜି ନୋଏଡା ପୋଲିସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କୁ ଗିରଫ କରିଛି ।

ଗତ ବର୍ଷ ନୋଏଡା ପୋଲିସ ସେକ୍ଟର ୩୯ ରେ ଏକ ଏଫଆଇଆର ପଞ୍ଜୀକୃତ କରିଥିଲା, ଯାହା ପରେ ଆଜି ଏଲଭିଶ ଯାଦବଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । କିଛି ସମୟ ପରେ ଏଲଭିଶ ଯାଦବଙ୍କୁ କୋର୍ଟରେ ହାଜର କରାଯିବ । ନିକଟରେ ନୋଏଡାରେ ସାପ ବିଷ ଯୋଗାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ ସମୟରେ ଏଲଭିଶ ଯାଦବଙ୍କ ନାଁ ସାମ୍ନାକୁ ଆସିଥିଲା ।

ଏହି ମାମଲାରେ ପୋଲିସ ଏକ ମ୍ୟାରେଜ ହଲ ଉପରେ ଚଢାଉ କରି ୪ ଜଣ ସାପୁଆକେଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା ​​ଏବଂ ୯ ଟି ସାପ ସହ ସେମାନଙ୍କ ବିଷକୁ ଜବତ କରିଥିଲା । ଅଭିଯୋଗ ହୋଇଛି ଯେ ଏଲଭିଶ ଯାଦବ ରେଭ୍ ପାର୍ଟି ପାଇଁ ସାପର ବିଷର ବ୍ୟବସ୍ଥା କରୁଥିଲେ ଏବଂ ଭିଡିଓ ସୁଟ୍ ପାଇଁ ସାପ ମଧ୍ୟ ବ୍ୟବହାର କରୁଥିଲେ ।

ଆଜି ସୁରଜପୁର କୋର୍ଟରେ ଏଲଭିଶ ଯାଦବଙ୍କୁ ହାଜର କରାଯିବ । ରବିବାର ଥିବାରୁ ଏମଏମ ଡ୍ୟୁଟି ଜଜ ହେବେ । ଡ୍ୟୁଟି ଏମଏମ ୟୁପି କୁ ଯେମିତି ପଠାଇବେ, ସର୍ବ ପ୍ରଥମେ ଗୋଟିଏ ଦିନ ପାଇଁ କନର୍ସନ କୋର୍ଟକୁ ପଠାଯିବ । ୟୁଟ୍ୟୁବରେ ବିଦେଶୀ ଝିଅ ଏବଂ ସାପମାନଙ୍କ ସହିତ ଏଲଭିଶଙ୍କର ଅନେକ ଭିଡିଓ ଅଛି । ଏଲଭିଶଙ୍କ କନେକ୍ସନ ସେମାନଙ୍କ ସହ ରହିଛି ଏବଂ ପୋଲିସ ୱାଇଲ୍ଡ ଲାଇଫ ଆକ୍ଟ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

ସୂଚନାଯୋଗ୍ୟ, ଏଲଭିଶଙ୍କ ଏପରି ଭିଡିଓ ଦେଖିବା ପରେ ମନେକା ଗାନ୍ଧୀଙ୍କ ଏନଜିଓ ପିଏଫଏ ର ଟିମ୍ ନିଜର ନାଁ ଏବଂ ପରିଚୟ ଲୁଚାଇ ଏଲଭିଶ ଯାଦବଙ୍କୁ ଡାକି ସାପ ଏବଂ ଏହାର ବିଷ ଯୋଗାଇବାକୁ କହିଥିଲା । ଏହାପରେ ନୋଏଡାର ଡିଏଫଓ ସାପ ବିଷକୁ ଅନୁସନ୍ଧାନ ପାଇଁ ପଠାଇଲା ଏବଂ ଅନୁସନ୍ଧାନ ପାଇଁ ଦୁଇ ଜଣ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଥିଲା ।

Leave A Reply

Your email address will not be published.