Latest Odisha News

BREAKING NEWS

ବିଶିଷ୍ଟ ଅନୁବାଦକ ବଙ୍ଗାଳୀ ନନ୍ଦଙ୍କ ଅନୂଦିତ ପୁସ୍ତକ ନେଲ୍ଲୁରୀ କେଶବସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ବର : ବିଶିଷ୍ଟ ଅନୁବାଦକ ବଙ୍ଗାଳୀ ନନ୍ଦଙ୍କ ଅନୂଦିତ ପୁସ୍ତକ ନେଲ୍ଲୁରୀ କେଶବସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଁ ମନୋନୀତ ହୋଇଛି ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ମାର୍ଚ୍ଚ ୧୧ ତାରିଖ ଦିନ ଇଂରାଜୀ ଓ ୨୩ଟି ଭାରତୀୟ ଭାଷାର ଶ୍ରେଷ୍ଠ ଅନୁବାଦ କୃତି ପାଇଁ ପୁରସ୍କାରମାନ ଘୋଷଣା କରାଯାଇଛି।  ଓଡ଼ିଆ ବିଭାଗର ଏହି ପୁରସ୍କାର ନିର୍ଣ୍ଣୟ ପାଇଁ ସାହିତ୍ୟ ଏକାଡେମୀର ବିଚାରକ ଭାବରେ ବୈଷ୍ଣବ ଚରଣ ସାମଲ, ବିପିନ ବିହାରୀ ମିଶ୍ର ତଥା ପ୍ରସନ୍ନ କୁମାର ମହାନ୍ତି ପ୍ରମୁଖ ଦାୟିତ୍ଵ ଗ୍ରହଣ କରିଥିଲେ।

 

Comments are closed.