Latest Odisha News

BREAKING NEWS

ପରଲୋକରେ ଓଡ଼ିଆ ସାହିତ୍ୟ ଜଗତର ପାଟଦେଈ ବୀଣାପାଣି ମହାନ୍ତି

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।

ଜଣେ ଅର୍ଥନୀତିର ଅଧ୍ୟାପିକା ଭାବରେ ସେ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପ୍ରାୟ ୨୫ ଟି ଗଳ୍ପ ସଙ୍କଳନ ଏବଂ ତିନୋଟି ଉପନ୍ୟାସର ସେ କାଳଜୟୀ ସ୍ରଷ୍ଟା ଥିଲେ। ତାଙ୍କର ଗଳ୍ପ ସଙ୍କଳନ ‘ପାଟଦେଈ’ର ବିପୁଳ ପାଠକୀୟ ଆଦୃତି ସହ ସେ ଓଡ଼ିଆ ସାହିତ୍ୟ ଜଗତର ପାଟଦେଈ ନାମରେ ପରିଚିତ ଥିଲେ। ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ସହ ୧୯୯୦ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, (ପାଟଦେଈ ), ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ), ଝଙ୍କାର ପୁରସ୍କାର, ଶାରଳା ପୁରସ୍କାର , ସାହିତ୍ୟ ଭାରତୀ ସମ୍ମାନ,ଧରିତ୍ରୀ କ୍ଷୁଦ୍ରଗଳ୍ପ ସମ୍ମାନ ଏବଂ ବିଷୁବ ପୁରସ୍କାର ସହ ଆହୁରି ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।

Comments are closed.