Latest Odisha News

BREAKING NEWS

ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଆକ୍ରମଣ; ୯ ଜଣ ଗିରଫ

ମୟୂରଭଞ୍ଜ: ଜିଲ୍ଲାପାଳଙ୍କ ଗାଡିକୁ ପଥର ମାଡ କରିବା ମହଙ୍ଗା ପଡିଲା। ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୁଳିଅଣା ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ଅଶୋକ କୁମାର ସାହୁ, ସଞ୍ଜୟ କୁମାର ସେଠି, ବିନେସ କୁମାର ବାରିକ, ନୀଲକମଲ ବାରିକ, ଅର୍ଜୁନ ସେଠି, ସୁନାରାମ ହାଁସଦା, ଜାନୁ ହାଁସଦା, ସର୍ବେଶ୍ୱର ସିଂ, ନରସିଂହ ମୁର୍ମୁ।

ସମସ୍ତ ଅଭିଯୁକ୍ତ କୁଳିଅଣା ଥାନା ଅଂଚଳର ବୋଲି ପୋଲିସ କହିଛି। ଏହା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ୪ଟି ମାମଲା କୁଳିଅଣା ଥାନାରେ କରାଯାଇଛି। ଗିରଫ ସଂଖ୍ୟା ଆହୁରି ବଢିବ ବୋଲି କହିଛନ୍ତି ଏସ୍ଡିପିଓ କେକେ ହରିପ୍ରସାଦ। ଶନିବାର ଭଗବାନପୁର ଠାରେ ପଞ୍ଚାୟତ କାର୍ଯ୍ୟାଳୟକୁ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ଜାତୀୟ ରାଜପଥ-୧୮ ବାଲିମଣ୍ଡଳୀ ଛକ ନିକଟରେ ରାସ୍ତା ଅବରୋଧ ହୋଇଥିଲା।

କୁଳିଅଣା ତହସିଲଦାର ଓ ସ୍ଥାନୀୟ ପୋଲିସ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ସେପଟେ ଏନଏଚ-୧୮ ଦେଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯାଉଥିବା ସମୟରେ ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କୁ ଅଟକ ରଖିଥିଲେ।

ଜିଲ୍ଲାପାଳ ଗାଡ଼ିରୁ ନ ଓହ୍ଲାଇବାରୁ ଲୋକେ ରାଗିକି ଆକ୍ରମଣ କରିଥିଲେ । ଉତ୍ୟକ୍ତ ଗ୍ରାମବାସୀଙ୍କ ମଧ୍ୟରୁ ଜିଲ୍ଲାପାଳଙ୍କ ଗାଡ଼ି ପଛ ପଟୁ ପଥର ମାଡ କରି ଗାଡି କାଚ ଭାଙ୍ଗି ଦେଇଥିଲେ।

ଘଟଣାସ୍ଥଳରେ ଏସପି ପହଞ୍ଚିବା ସହ ଦୁଇ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଥିଲା । ଲୋକଙ୍କୁ ହଟାଇ ଜିଲ୍ଲାପାଳଙ୍କୁ ଉଦ୍ଧାର କରାଯାଇଥିଲା। ସେପଟେ ଅଭିଯୁକ୍ତମାନଙ୍କୁ ଧରିବାକୁ ତିନୋଟି ସ୍ପେଶାଲ ଟିମ ପୋଲିସ ଗଠନ କରିଥିଲେ ଏସପି।

Leave A Reply

Your email address will not be published.