Latest Odisha News

BREAKING NEWS

ଖୁବ ଶୀଘ୍ର ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷିଆ

ମସ୍କୋ: ଚୀନରେ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସ ପୂର୍ବରୁ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିପାରେ ବୋଲି ଆମେରିକା ଚେତାଇ ଦେଇଛି । ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଭ୍ଲାଡିମିର ପୁତିନଙ୍କ ସହ ଫୋନରେ କଥା ହୋଇ ପାରନ୍ତି । ୟୁକ୍ରେନ ସୀମାକୁ ରୁଷ ସେନା ଘେରି ରହିଥିବା ବେଳେ ଏବେ ପାଣିର କନେକ୍ସନ କାଟି ଦେଇଥିବା ଜଣାପଡିଛି । ରୁଷ ଯଦି ଆକ୍ରମଣ କରେ ତାହାହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫ୍ରାନ୍ସ, ଜର୍ମାନୀ ଓ ଆମେରିକା କଡା ଚେତାବନୀ ଦେଇଛନ୍ତି ।

BjdElectrycity

ଚୀନ ସହ ବନ୍ଧୁତା ଦୃଷ୍ଟିକୋଣରୁ ରୁଷିଆ ଶୀତକାଳୀନ ଅଲିମ୍ପିକ୍ସ ପରେ ଆକ୍ରମଣ କରିବ ବୋଲି ଅନୁମାନ କରାଯାଉଥିଲା ମାତ୍ର ଏବେ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରିବ ବୋଲି ଆମେରିକା ଗୋଇନ୍ଦା ବିଭାଗ ସୂଚନା ଦେଇଛି ।

Comments are closed, but trackbacks and pingbacks are open.