Latest Odisha News

BREAKING NEWS

ଏମିତି ଏକ ମନ୍ଦିର ଯେଉଁଠାକୁ ପ୍ରବେଶ କରିପାରିବେନି ନେତା ଓ ଅଫିସର

କାନପୁର: ମନ୍ଦିର ଭିତରକୁ ଜୋତାର ପ୍ରବେଶ ନାହିଁ ବୋଲି ତ ସମସ୍ତେ ଜାଣିଥିବେ । ହେଲେ ଆମେ ଆଜି ଆପଣଙ୍କୁ ଗୋଟିଏ ମନ୍ଦିର ବିଷୟରେ କହିବୁ ଯାହା ଭିତରକୁ ଜୋତା ନୁହେଁ ଆଜ୍ଞା ନେତାଙ୍କ ପ୍ରବେଶ ଉପରେ ରହିଛି ପ୍ରତିବନ୍ଧକ ।

ଏଭଳି ଏକ ନିଆରା ମନ୍ଦିର ରହିଛି ଉତ୍ତରପ୍ରଦେଶର କାନପୁରଠାରେ । ଏଠାରେ ନେତା ଓ ଅଫିସରଙ୍କୁ ପ୍ରବେଶ ମନା।

ଦେଶର ବଢୁଥିବା ଅରାଜକତା ପାଇଁ ରାଜନେତା ଓ ଆଇଏସ୍‌ ତଥା ଆଇପିଏସ୍‌ ଆଦି ଅଫିସରଙ୍କୁ ଦାୟୀ କରାଯାଇଥାଏ। ତେଣୁ ମନ୍ଦିରରେ ଏସବୁ ବ୍ୟକ୍ତିଙ୍କୁ ପ୍ରବେଶ ଲାଗି ବାରଣ କରାଯାଏ। ଏଥିପାଇଁ ମନ୍ଦିର ସମ୍ମୁଖରେ ସୂଚନା ବୋର୍ଡ ମଧ୍ୟ ଲଗାଯାଇଛି।

ଏହି ମନ୍ଦିର ହେଉଛି ଭ୍ରଷ୍ଟ ତନ୍ତ୍ର ବିନାଶକ ଶନି ମନ୍ଦିର। ଏଠାରେ ସପ୍ତାହର ଶନିବାର ଓ ମଙ୍ଗଳବାର ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ। ମନ୍ଦିରରେ ଶନିଦେବଙ୍କ ତିନିଟି ମୂର୍ତ୍ତି ଭିନ୍ନ ଭିନ୍ନ ଦିଗକୁ ମୁହଁ କରି ପୂଜା ପାଉଛନ୍ତି।

Comments are closed.