Latest Odisha News

ଏମିତି ଏକ ସ୍ଥାନ, ଯେଉଁଠି ଗୋରା ପିଲା ଜନ୍ମ ହେଲେ ମିଳେ ମୃତ୍ୟୁଦଣ୍ଡ !

ଭୁବନେଶ୍ୱର: ଶିଶୁଟିଏ ମାଆ ଗର୍ଭରେ ଥିବାବେଳେ, ପିଲାଟି କିପରି ଗୋର ଆଉ ସୁନ୍ଦର ହେବ, ସେଥିପାଇଁ ମାଆକୁ ଫଳ ଓ କେଶର ଭଳି ଖାଦ୍ୟ ଦିଆଯାଇଥାଏ । ପ୍ରାୟତଃ ନବଜାତ ଶିଶୁଟିର ବର୍ଣ୍ଣ ଗୋରା ହୋଇଥିଲେ ପରିବାର ଲୋକଙ୍କ ଖୁସି କହିଲେ ନସରେ ।

କିନ୍ତୁ କଣ ଆପଣ ଭାବି ପାରୁଛନ୍ତି ଯେ, ଶିଶୁଟିର ଗୋରା ରଙ୍ଗ ତା ମୃତ୍ୟୁର କାରଣ ହେବ ବୋଲି ! ପଢିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଏକଦମ ସତ । ଏମିତି ଏକ ସ୍ଥାନ ଅଛି ଯଦି ସେଠାରେ ଗୋରା ପିଲା ଜନ୍ମ ହୁଏ, ତେବେ ତାକୁ ମୃତ୍ୟୁ ଦଣ୍ଡ ମିଳିଥାଏ ।

ଏଭଳି ଏକ ସ୍ଥାନ ରହିଛି ଆଣ୍ଡମାନଠାରେ । ଏଠାରେ ରହନ୍ତି ଜାରବା ଜନଜାତିର ଲୋକେ । ଏମାନଙ୍କର ଗୋରା ପିଲା ଜନ୍ମ ହେଲେ, ଏମାନେ ତାକୁ ମାରି ଦିଅନ୍ତି । ଏହା ପଛରେ ମଧ୍ୟ ରହିଛି ଏକ ଉଦ୍ଧେଶ୍ୟ

ଏଠାକାର ଲୋକଙ୍କ କହିବା ଅନୁଯାୟୀ, ନବଜାତ ପିଲାଟି ଯଦି ଗୋରା ହୁଏ ତେବେ ଏହି ପ୍ରଜାତିର ଲୋକଙ୍କ ଠାରୁ ଅଲଗା ଦେଖାଯିବ । ଆଉ ଯାହା ଫଳରେ ସେ ଏହି ଜନଜାତି ର ଲୋକଙ୍କ ଠାରୁ ନିଜକୁ ଅଲଗା ମନେ କରିବ । ସେଠାକାର ଏହି ଜନଜାତି ଗର୍ଭବତୀ ମହିଳା ମାନଙ୍କୁ ପଶୁ ମାନଙ୍କର ରକ୍ତ ବି ପିଆଇ ଥାନ୍ତି ଯାହା ଫଳରେ ପିଲାର ରଙ୍ଗ କଳା ହେବ ।

ଏଭଳି ଏକ କୁସଂସ୍କାରକୁ ଏମାନେ ପରମ୍ପରା ଭାବେ ପାଳନ କରି ଆସୁଛନ୍ତି ।
ଏହି ସମୁଦାୟ ର ଅଞ୍ଚଳରେ ବାହାର ଲୋକ ପ୍ରବେଶ ବର୍ଜିତ ଅଟେ। ଏହି ଲୋକମାନେ ଆଣ୍ଡମାନ ଟ୍ରେଙ୍କ ରୋଡ଼ ନିକଟବର୍ତ୍ତୀ ଅଞ୍ଚଳରେ ରହିଥାନ୍ତି ।

ଏହି ସମୁଦାୟ ର ଅଞ୍ଚଳରେ ବାହାର ଲୋକ ପ୍ରବେଶ ବର୍ଜିତ ଅଟେ। ଏହି ଲୋକମାନେ ଆଣ୍ଡାମାନ ଟ୍ରେଙ୍କ ରୋଡ଼ ନିକଟବର୍ତ୍ତୀ ଅଞ୍ଚଳରେ ରହିଥାନ୍ତି । ଏଠାକାର ପରମ୍ପରା ଅନୁସାରେ ଯଦି ପିଲାର ମାଆ ବିଧବା ହୋଇ ଯାଏ କିମ୍ବା ତାର ବାପା କେହି ଦ୍ଵିତୀୟ ସମୁଦାୟ ହୋଇଥାଏ ତାହେଲେ ମଧ୍ୟ ସେ ପିଲାକୁ ମାରି ଦିଆ ଯାଏ ।

Leave A Reply

Your email address will not be published.