Latest Odisha News

BREAKING NEWS

୨୪ ଲକ୍ଷ ଟଙ୍କା ନିଜେ ଲୁଟ୍ କରି ଗିରଫ ହେଲେ କର୍ମଚାରୀ

ରାୟଗଡା: ରାୟଗଡାରେ ଏକ ଘରୋଇ ଅର୍ଥ କାରବାର ସଂସ୍ଥାର କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୨୪ ଲକ୍ଷ ଟଙ୍କା ଲୁଟ୍ କରିବା ଘଟଣାରେ ଅଭିଯୁକ୍ତ ଧରା ପଡିଛି ।

ସୂଚନାନୁଯାୟୀ, ତୁମ୍ବିଗୁଡା ଛକ ନିକଟରେ ଥିବା ଏକ ଅର୍ଥ କାରବାର ସଂସ୍ଥାର କର୍ମଚାରୀ ଅନିଲ ଗରଡିଆ ନିକଟରେ ଥିବା ଏସବିଆଇ ଶାଖାରେ ୨୪ ଲକ୍ଷ ଟଙ୍କା ଡିପୋଜିଟ୍ କରିବା ପାଇଁ ଯାଇଥିଲେ । ସେଠାରେ କିଛି ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ଟଙ୍କା ସବୁ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା ।

ଏନେଇ ରାୟଗଡା ଏସପି ସୂଚନା ଦେଇ କହିଛନ୍ତି ଯେ, ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ସମ୍ପୃକ୍ତ କର୍ମଚାରୀ ଜଣକ ନିଜେ ହିଁ ଲୁଟ୍ କରିଥିବା ଜଣା ପଡିଥିଲା । ଏହି ଘଟଣାରେ ତାଙ୍କୁ ଗିରଫ କରିବା ସହ ୪ ଜଣ‌ଙ୍କୁ ଧରିଛି ପୋଲିସ।

Leave A Reply

Your email address will not be published.