Latest Odisha News

BREAKING NEWS

ନିର୍ବାଚନ ଆଇନର ଅନୁପାଳନପୂର୍ବକ ନିର୍ବାଚନ କାର୍ଯ୍ୟ କରିବା ପାଇଁ କର୍ମଚାରୀଙ୍କୁ ପରାମର୍ଶ

ଭୁବନେଶ୍ୱର: ବିଭିନ୍ନ କାର୍ଯ୍ୟର ସଫଳ ସଂପାଦନା ପାଇଁ ସଂପୃକ୍ତ ବିଭାଗର ନିୟମ, ଅଧିନିୟମ ଆଦି ଜ୍ଞାନର ପରିସୀମା ବୃଦ୍ଧି ଉପରେ କୃଷି ବିଭାଗର ଗୁରୁତ୍ୱାରୋପ ଦିଆଯାଇଛି। ନିର୍ବାଚନରେ ନିୟୋଜିତ କର୍ମଚାରୀମାନଙ୍କୁ ନିର୍ବାଚନ ଆଇନର ଅନୁପାଳନପୂର୍ବକ ନିର୍ବାଚନ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଛି। ସାର୍ବଜନିକ ସେବା କ୍ଷେତ୍ରରେ ଅବସ୍ଥାପିତ କର୍ମଚାରୀମାନେ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ ସଂପାଦନ ନିମନ୍ତେ ସଂପୃକ୍ତ କାର୍ଯ୍ୟ ସମ୍ବନ୍ଧୀୟ ବିଭିନ୍ନ  ନିୟମ, ଅଧିନିୟମ ଆଦି ସଂପର୍କରେ ବିସ୍ତୃତ ଜ୍ଞାନ ରହିବାଆବଶ୍ୟକ।

ଏହି ପରିପ୍ରେକ୍ଷୀରେ ଦକ୍ଷତା ବୃଦ୍ଧି ସହିତ ନ୍ୟସ୍ତ କାର୍ଯ୍ୟଗୁଡ଼ିକର ନିର୍ଭୁଲ ସଂପାଦନ ନିମନ୍ତେ ବିଭାଗରେ ଅବସ୍ଥାପିତ ସହକାରୀ ସେକ୍‌ସନ୍‌ ଅଫିସରଙ୍କ ଠାରୁ ସଚିବସ୍ତର ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଓ ଅଧିକାରୀମାନେ ତାଙ୍କ ଦ୍ୱାରା ସଂପାଦିତ ହେଉଥିବା କାର୍ଯ୍ୟର ନିୟମ, ଅଧିନିୟମ, ରେଗୁଲେସନ୍‌, ସର୍କୁଲାର,
ଅଫିସ ମେମୋରାଣ୍ଡମ୍‌ ଆଦିର ବିଷୟରେ ଉତ୍ତମ ଜ୍ଞାନ ଆହରଣ ଦିଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।

ଏହି ମର୍ମରେ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ଓ ନିର୍ଦ୍ଦେଶାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ନିମନ୍ତେ ଏକ ପରିପତ୍ର ଜାରି କରାଯାଇଛି । ଏଥି ସହିତ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ପରିପ୍ରେକ୍ଷୀରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଅଧିକାରୀମାନେ ଆଦର୍ଶ ଆଚରଣବିଧି ଏବଂ ନିର୍ବାଚନର ଆଇନଗୁଡ଼ିକର ଅନୁପାଳନପୂର୍ବକ ସେମାନଙ୍କ ଉପରେ ନ୍ୟସ୍ତ ନିର୍ବାଚନ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ କରିବା ପାଇଁ ପରାମର୍ଶ ଦିଆଯାଇଛି।

ପରିପତ୍ର ଅନୁଯାୟୀ କାର୍ଯ୍ୟାଳୟର ପ୍ରତିଷ୍ଠାନ ଓ ପେନ୍‌ସନ୍‌ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ସିସିଏ)ର ବିଭିନ୍ନ ଅଧିନିୟମ ଏବଂ ପେନ୍‌ସନ୍‌ର ନିୟମାବଳୀ ସଂପର୍କରେ ଭଲ ଭାବରେ ଅବଗତ ହେବା ଭଳି ଅନ୍ୟ ଉପବିଭାଗର କର୍ମଚାରୀ ଓ ଅଧିକାରୀମାନେ ସଂପୃକ୍ତ ବିଭାଗର ନିୟମ, ଅଧିନିୟମ ଆଦି ବିଷୟରେ ପର୍ଯ୍ୟାପ୍ତ ଜ୍ଞାନ ଆହରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ମାର୍ଗଦର୍ଶିକା ଓ ସମୟ ସମୟରେ ଏହାର ସଂଶୋଧିତ ଧାରା ଏବଂ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ସଂପର୍କରେ ସଦ୍ୟତନ ସୂଚନା ସଂପର୍କରେ ଜାଣିବା ଉପରେ ଗୁରୁତ୍ୱ ଦିଆଯାଇଛି ।

କାର୍ଯ୍ୟ କରୁଥିବା ସଂପୃକ୍ତ ଉପବିଭାଗର କୌଣସି ନିୟମ ଓ ମାର୍ଗଦର୍ଶିକା ସଂପର୍କରେ କୌଣସି ପ୍ରକାରର ଅଜ୍ଞତା ଗ୍ରହଣୀୟ ନୁହେଁ । ବିଭିନ୍ନ କାର୍ଯ୍ୟକ୍ରମର ତ୍ୱରିତ ଓ ନିର୍ଭୁଲ ସଂପାଦନ ଓ ଯୋଜନାଗୁଡ଼ିକର ସଫଳ ରୂପାୟନ ଦିଗରେ ଏହା ସହାୟକ ହେଉଥିବା ଦୃଷ୍ଟିରୁ ଏହାକୁ ସଂପୂର୍ଣ୍ଣ ଗମ୍ଭୀରତାର ସହ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି ଏବଂ ଏଥି ପାଇଁ ସମୟ ସମୟରେ କର୍ମଚାରୀଙ୍କ ମ୍ୟରେ ଅନୌପଚାରିକ ପରୀକ୍ଷା କରାଯିବ ବୋଲି ପରିପତ୍ରରେ
କୁହାଯାଇଛି ।

Leave A Reply

Your email address will not be published.