Latest Odisha News

ପରକୀୟା ପ୍ରୀତିର କରୁଣ ପରିଣତି: ବିବାହିତାଙ୍କୁ ନେଇ ଫେରାର ବ୍ୟକ୍ତିଙ୍କୁ ପ୍ରବଳ ପିଟିଲେ ଓ ପରିସ୍ରା ପିଆଇଲେ

ଭୋପାଳ: ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ସତ ହେଲେ ସମାଜ ଆଜିବି ସ୍ୱୀକାର କରିନାହିଁ। ପରକୀୟା ପ୍ରୀତି ଭଳି ଘଟଣା ଯଦି ସାମ୍ନାକୁ ଆସେ ତେବେ ସମାଜ ନୁଷ୍ଠୁର ପାଲଟିଯାଏ। ଏପରିକି ସମାଜ ଉକ୍ତ ବ୍ୟକ୍ତିଙ୍କୁ ଯେକୌଣସି ଦଣ୍ଡ ଦେବାକୁ ପଛାଏ ନାହିଁ। ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରିବା ସହ ତାଙ୍କୁ ଘରୁ ଫେରାର କରି ନେଇ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି ଅମାନୁଷିକ ଦଣ୍ଡ। ମଧ୍ୟପ୍ରଦେଶର ଉଜ୍ଜୟୀନରେ ଏପରି ଘଟଣା ଘଟିଥିବା ବେଳେ ଘଟଣାଟିର ଭିଡିଓ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମ କରିବା ସହ ତାଙ୍କୁ ଘରୁ ଭଗେଇ ନେଇ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ସର୍ବସମ୍ମୁଖରେ ଭିନ୍ନଭିନ୍ନ ଉପାୟରେ ଦଣ୍ଡ ମିଳିଛି । କିଛି ଲୋକ ବ୍ୟକ୍ତି ଜଣଙ୍କୁ ପ୍ରବଳ ପିଟିବା ସହ ତାଙ୍କୁ ଅଧା ଲଣ୍ଡା କରି ଗାଁ ବୁଲାଇଛନ୍ତି। ଏଥିସହ ତାଙ୍କୁ ବଳପୂର୍ବକ ପରିସ୍ରା ମଧ୍ୟ ପିଆଇଛନ୍ତି। ଖାଲି ସେତିକି ନୁହେଁ, ତାଙ୍କୁ ଜୋତା ବି ଚଟାଇଛନ୍ତି। ଯାହାର ଏକ ଭିଡିଓ ଏବେ ଭାଇରାଲ ହୋଇଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ କିଛି ଲୋକ ସଂଘବଦ୍ଧ ଭାବେ ବ୍ୟକ୍ତି ଜଣଙ୍କୁ ଉଭୟ ଶାରିରୀକ ଓ ମାନିସିକ ଭାବେ ନିର୍ଯାତନା ଦେଉଛନ୍ତି। ବ୍ୟକ୍ତି ଜଣଙ୍କ ବେକରେ ଚପଲ ମାଳ ପଡ଼ିଥିବା ବେଳେ ତାଙ୍କୁ ପରିସ୍ରା ପିଇବାକୁ ଦିଆଯାଉଛି। ସେ ଯେଉଁ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ଫେରାର କରି ନେଇ ଯାଇଥିଲେ ସେ ମଧ୍ୟ ତାଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ହେଲେ ଦଣ୍ଡ ପାଇଥିବା ବ୍ୟକ୍ତି ଜଣଙ୍କ ଥାନାରେ ଅଭିଯୋଗ କରି ନାହାଁନ୍ତି। ପୋଲିସ୍‌ କେବଳ ଭାଇରାଲ ଭିଡିଓକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.