Latest Odisha News

BREAKING NEWS

କେମିତି ମଲେ ଦୁଇ ରୁଷ ପର୍ଯ୍ୟଟକ ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ରାୟଗଡା: ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଖବରକୁ ନେଇ ପୋଲିସ ଛାନଭିନ କରୁଥିବାବେଳେ  ଆସିଲା   ଶବ ବ୍ୟବଚ୍ଛେଦ ରିପୋର୍ଟ  ।  ଏହି ଶବ ବ୍ୟବଚ୍ଛେଦ ରିପୋର୍ଟ କହିବ ମୃତ୍ୟୁର କାରଣ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ଜଣଙ୍କର ହାର୍ଟଆଟାକରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କର ଶରୀରରେ ଗୁରୁତର ଆଘାତ ଯୋଗୁ ମୃତ୍ୟୁ ଘଟିଛି ।

ଶବବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ରୁଷୀୟ ପର୍ଯ୍ୟଟକ ଭ୍ଲାଦିମାର ପିରାନୋଭଙ୍କର ମୃତ୍ୟ ଗତ  ୨୨ ତାରିଖରେ ଘଟିଥିଲା ।  ବିଦାନୋଭଙ୍କୁ ମୃତ ଅବସ୍ଥାରେ ତାଙ୍କ ରୁମରୁ ଉଦ୍ଧାର କରାଯାଇଥିଲା । ତାଙ୍କର ମୃତ୍ୟୁ ହାର୍ଟ ଆର୍ଟାକ ଯୋଗୁ ଘଟିଥିବା ଏହି ରିପୋର୍ଟରେ କୁହାଯାଇଛି ।

ସେହିପରି ପିରାନୋଭଙ୍କ ସହ ଆସିଥିବା ପାଭେଲ ଆନ୍ତୋଭଙ୍କ ମୃତ୍ୟୁ ଅସ୍ୱାଭାବିକ ଥିଲା । ପିରାନୋଭଙ୍କର ମୃତ୍ୟର ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା । କୁହାଯାଉଥିଲା ସେ ହୋଟେଲର ତିନି ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।  ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଶରୀରର ଅନ୍ତରୀଣ ଭାଗରେ ଗୁରୁତର ଆଘାତ ଯୋଗୁ  ତାଙ୍କର ମୃତ୍ୟୁ ଘଟିଛି ।

ଦୁଇ ରୁଷୀୟ ପର୍ଯ୍ୟଟକଙ୍କର ଏପରି ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ରୁଷରୁ ଆସି ରାୟଗଡା କାହିଁକି ଯାଇଥିଲେ ? କାହିଁକି ଆନ୍ତୋଭଙ୍କ ପରି ଜଣେ କୋଟିପତି ବ୍ୟବସାୟୀ ତଥା ସାଂସଦ ତିନି ମହଲାରୁ ଡେଇଁ ପଡିଲେ ସେ ନେଇ ସନ୍ଦେହ ଘନୀଭୂତ ହୋଇଛି । ଘଟଣାର  କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଗତକାଲି ଏକ ଟୁଇଟ କରି ଏହି ନିର୍ଦ୍ଦେଶ ଦେବା ପରେ କ୍ରାଇମ ବ୍ରାଞ୍ଚ ଟିମ ରାୟଗଡ଼ାରେ ପହଞ୍ଚିଛି ।

 

 

Leave A Reply

Your email address will not be published.