ଭୁବନେଶ୍ବର: ରାଜଧାନୀର ସାଲିଆ ସାହିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ଭୋରୁ ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ଉଚ୍ଛେଦ ଆରମ୍ଭ ହୋଇଛି । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଆରମ୍ଭ କରିଛି ବିଏମସି ଓ ବିଡିଏ । ଏଥିପାଇଁ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପାଖାପାଖି ୫୧୭ ଘର ଉଛେଦ କରିବ ମିଳିତ ଟିମ୍ । ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ମୁତୟନ ରହିଛନ୍ତି । ଗୋଟିଏ ପରେ ଗୋଟିଏ ଘର ଭାଙ୍ଗି ଚାଲିଛି ବୁଲଡୋଜର । ସେପଟେ ଉଚ୍ଛେଦକୁ ବିରୋଧ କରିଛନ୍ତି ସାଲିଆ ସାହି ବାସିନ୍ଦା ।
ଅନ୍ୟପଟେ, ଏହି ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର ବିରୋଧ କରିଛନ୍ତି ବସ୍ତିବାସିନ୍ଦା । ସେମାନଙ୍କ କହିବା କଥା ସରକାର ଥଇଥାନ ନକରି ଆମକୁ ଘରୁ ବାହାର କରିଦେବା କେତେ ଦୂର ଠିକ୍ । କୋର୍ଟରେ ମାମଲା ଚାଲିଥିବା ବେଳେ ଉଚ୍ଛେଦ କାହିଁକି କରାଯାଉଛି ତାହାକୁ ନେଇ ବସ୍ତିବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି । ଆଜି ଉଚ୍ଛେଦ ବେଳେ ଧାରଣାରେ ବସିଛନ୍ତି ବସ୍ତିବାସିନ୍ଦା ।
Comments are closed.