ଭୋପାଳ: ଶାଗୁଣା ଚୋରା ଚାଲାଣ ର୍ୟାକେଟର ପର୍ଦ୍ଦାଫାଶ କରିଛି ମଧ୍ୟପ୍ରଦେଶ ପୋଲିସ । ଏହି ର୍ୟାକେଟ୍ରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଉତ୍ତର ପ୍ରଦେଶର ଉନ୍ନାଓର ବୋଲି ଜଣାପଡ଼ିଛି ।
ଅଭିଯୁକ୍ତ ଜଣକ ସୁଲତାନପୁର-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନରେ ୭ଟି ଶାକୁଣାକୁ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ ଭର୍ତ୍ତି କରି ନେଉଥିଲେ । ଖବର ପାଇ ଆରପିଏଫ ଏବଂ ରାଜ୍ୟ ବନ ବିଭାଗର ଏକ ମିଳିତ ଟିମ୍ କୋଚର ଚାରିପଟୁ ଘେରିଯାଇ ଚଢ଼ାଉ କରିଥିଲେ । ସେଠାରୁ ଫରିଦ ଶେଖ୍ ନାମକ ବ୍ୟକ୍ତିଙ୍କୁ ଗିରଫ କରି ପକ୍ଷୀମାନଙ୍କୁ ଜବତ କରାଯାଇଥିଲା ।
ଚୋରା ଚାଲାଣକାରୀ ଫରିଦ ଶେଖଙ୍କୁ ପଚରାଉଚରା ବେଳେ ସେ କହିଥିଲେ କାନପୁର ଷ୍ଟେସନରେ ସମୀର ଖାନ ତାଙ୍କୁ ଏହି ଶାଗୁଣାଗୁଡ଼ିକ ଦେଇଥିଲେ। ସେ ଶାଗୁଣାମାନଙ୍କୁ ମାଲଗାଓଁ ନେଇଯିବାକୁ କହିଥିଲେ। ଏହା ବାବଦରେ ଫରିଦଙ୍କୁ ୧୦ ହଜାର ଟଙ୍କା ମିଳିଥିଲା । ବନ୍ୟଜୀବ ସଂରକ୍ଷଣ ଅଧିନିୟମ ଅଧୀନରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ମାମଲାର ତଦନ୍ତ ଆରମ୍ଭ ହୋଇଛି । ଜବତ ଶାଗୁଣାମାନଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।
Comments are closed.