କୋଲକାତା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ଜାନୁୟାରୀ ୨୨ରେ ଆରମ୍ଭ ହେବ । କ୍ରିକେଟର ଏହି ଫର୍ମାଟରେ ୨୦୧୧ ପରଠାରୁ ଭାରତରେ ଇଂଲଣ୍ଡ ସିରିଜ ଜିତିନି । ୨୦୧୧ରେ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ଥିଲେ । ଏହା ପରେ ବିରାଟ କୋହଲି ଦଳର ନେତୃତ୍ୱ ନେଇଥିଲେ । ବିରାଟ ଏବଂ ପରେ ରୋହିତ ଶର୍ମା ଇଂଲଣ୍ଡକୁ ସିରିଜ ଜିତିବା ସୁଯୋଗ ପ୍ରଦାନ କରି ନାହାନ୍ତି । ଏବେ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ ରହିଛି ।
୨୦୦୭ ପରଠାରୁ ଦୁଇ ଟିମ ମଧ୍ୟରେ ୨୪ଟି ଟି୨୦ ମ୍ୟାଚ ଖେଳାଯାଇଛି । ଭାରତ ୧୩ ଓ ଇଂଲଣ୍ଡ ୧୧ରେ ମ୍ୟାଚରେ ବିଜୟୀ ହୋଇଛନ୍ତି । ଭାରତରେ ଖେଳା ଯାଇଥିବା ୧୧ ମ୍ୟାଚରେ ଆୟୋଜକ ଦେଶ ୬ ଏବଂ ଇଂଲଣ୍ଡ ୫ରେ ବିଜୟୀ ହୋଇଛି । ୨୦୧୧ରେ ଉଭୟ ଦେଶ ପ୍ରଥମ ଥର ପାଇଁ ଟି୨୦ ସିରିଜ ଖେଳିଥିଲେ । ଭାରତ ଏଥିରେ ପରାଜିତ ହୋଇଥିଲେ । ୨୦୧୪ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ୪ଟି ସିରିଜ ଖେଳାଯାଇଥିଲା । ଗୋଟିଏ ସିରିଜ ଡ୍ର ରହିଥିବା ବେଳେ ଇଂଲଣ୍ଡ ୩ରେ ବିଜୟୀ ହୋଇଥିଲା । ୨୦୧୭ରୁ ୨୦୨୨ ମଧ୍ୟରେ ୪ଟି ସିରିଜ ଖେଳାଯାଇଛି ଏବଂ ଭାରତ ସମସ୍ତ ମୁକାବିଲାରେ ବିଜୟୀ ହୋଇଛି । ୨ଥର ଇଂଲଣ୍ଡକୁ ତାର ମାଟିରେ ମଧ୍ୟ ଟିମ ଇଣ୍ଡିଆ ପରାଜିତ କରିଛି । ଧୋନୀଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷରେ ଭାରତ ଗୋଟିଏ ବି ସିରିଜ ଜିତି ନ ଥିଲା ।
ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋସ ବଟଲର ଭାରତ ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ସେ ୨୨ଟି ଟି୨୦ରେ ୪୯୮ ରନ କରିଛନ୍ତି । ଜେସନ ରାୟ(୩୫୬) ଓ ଇଅନ ମୋର୍ଗାନ(୩୪୭) ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ୨୧ ଟି୨୦ରେ ୬୪୮ ରନ କରିଛନ୍ତି । ଏଥିରେ ୫ ଅର୍ଦ୍ଧଶତକ ସାମିଲ । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଲେଖାଏଁ ଶତକ ହାସଲ କରିଛନ୍ତି । ୟୁଜଭେନ୍ଦ୍ର ଚହଲ ଭାରତ ପକ୍ଷରୁ ସର୍ବାଧିକ ୧୬ ୱିକେଟ ହାସଲ କରିଛନ୍ତି ।
Comments are closed.