ମାଂଚେଷ୍ଟର: ଦୀର୍ଘ ଦିନ ପରେ ଇଂଲଣ୍ଡ ମାଟିରେ ସିରିଜ ବିଜୟ ଆଶା ରଖିଥିବା ୱେଷ୍ଟଇଣ୍ଡିଜକୁ ଶେଷରେ ନିରାଶ ହେବାକୁ ପଡିଛି । ଏଠାରେ ଅନୁଷ୍ଠିତ ଅନ୍ତିମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୨୬୯ ରନରେ ବିଜୟ ହାସଲ କରିବା ସହ ସିରିଜକୁ ୨-୧ରେ ଜିତି ନେଇଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୩୬୯ ରନ ଜବାବରେ ୱେଷ୍ଟଇଣ୍ଡିଜ ୧୯୭ ରନ କରି ଅଲଆଉଟ ହୋଇଥିଲା ।
ଦ୍ୱିତୀୟ ଇନିଂସରେ ଇଂଳଣ୍ଡ ୨ ଉଇକେଟ ବିନିମୟରେ ୨୨୬ ରନ କରି ଇନିଂସ ଘୋଷଣା କରିବା ସହ ଭ୍ରମଣକାରୀ ଦଳ ସମ୍ମୁଖରେ ୩୯୯ ରନର ଟାର୍ଗେଟ ରଖିଥିଲା । ଜବାବରେ ୱେଷ୍ଟଇଣ୍ଡିଜ ୧୨୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଷ୍ଟୁଆର୍ଟ ବ୍ରଡ ୪ଟି ଏବଂ କ୍ରିସ ୱକ୍ସ ୫ଟି ଉଇକେଟ ହାସଲ କରିଥିଲେ ।
Comments are closed.