Latest Odisha News

BREAKING NEWS

ବାପା ଜୋତା ବ୍ୟବସାୟୀ, ଝିଅ ଯୁକ୍ତ୨ ଟପର୍‌

ଭୋପାଲ: ରାସ୍ତାକଡର ଜୋତା ବିକାଳୀଙ୍କ ଝିଅ ଏବେ ଟପ୍‌ର । ସେ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଯୁକ୍ତ ୨ ବିଜ୍ଞାନରେ ତୃତୀୟ ସ୍ଥାନ ଅଧିକାର କରି ନିଜ ବାପା ମାଆଙ୍କୁ ଗୌରବାନିତ୍ୱ କରିଛନ୍ତ ଭୋପାଲର ମଧୁ ଆର୍ଯ୍ୟ ।

ସେ ଯୁକ୍ତ ୨ ମଧ୍ୟପ୍ରଦେଶ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବୋର୍ଡ ପରୀକ୍ଷାରେ ୯୭ ପ୍ରତିଶତ ମାର୍କ ରଖି ଥାର୍ଡ-ଟପର ହୋଇଛନ୍ତି । ସେ କହିଛନ୍ତି, ମୁଁ କଠିନ ପରିଶ୍ରମ କରିଛି । ଭୋର ୪ଟାରୁ ଉଠି ପ୍ରତିଦିନ ପ୍ରାୟ ୮ରୁ ୧୦ ଘଂଟା ସେ ପଢ଼ୁଥିଲେ । କଠିନ ପରିଶ୍ରମ ପାଇଁ ତାଙ୍କୁ ଏହି ମାର୍କ ମଳିିଥିବା ମଧୁ କହିଛନ୍ତି ।

ମଧୁ ଏବେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ସ୍ୱପ୍ନକୁ ସାକାର କରିବାରେ ତାଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.