Latest Odisha News

BREAKING NEWS

ଲର୍ଡ଼ସ ଦିନିକିଆରେ ଇଂଲଣ୍ଡ ଠାରୁ ଭାରତ ୮୬ ରନରେ ପରାସ୍ତ

ଇଂଲଣ୍ଡ ବୋଲରଙ୍କ ଜାଦୁକାରୀ ବୋଲିଂ ଆଗରେ ଭାରତକୁ ଶେଷରେ ମଥାନତ କରିବାକୁ ପଡ଼ିଛି । ଲଣ୍ଡନର ଐତିହାସିକ ଲର୍ଡ଼ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚରେ ଭାରତ ଇଂଲଣ୍ଡ ଠାରୁ ୮୬ ରନରେ ପରାସ୍ତ ହୋଇଛି ।

ଟସ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୫୦ ଓଭରରେ ଇଂଲଣ୍ଡ ୭ ୱିକେଟ ହରାଇ ବିଶାଳ ୩୨୨ ରନ କରିଥିଲା । ଜୋ ରୁଟ୍ଙ୍କ ୧୧୩ ରନ, ମୋର୍ଗାନ ୫୩, ୱିଲି ୫୦ ଏବଂ ଜାସନ ରଏ ୪୦ ରନ ସ୍କୋର କରିଥିଲେ । ବୋଲିଂରେ ଭାରତ ପକ୍ଷରୁ ସ୍ପିନର୍ କୁଲଦୀପ ଯାଦବ ୩ଟି ୱିକେଟ ଓ ଚହଲ୍ ଗୋଟିଏ ୱିକେଟ ନେଇଥିଲେ ।

ଭାରତ ୩୨୨ ରନର ପିଛା କରି ସମ୍ପୂର୍ଣ୍ଣ ୫୦ ଓଭର ଖେଳି ସମସ୍ତ ୧୦ଟି ୱିକେଟ ହରାଇ ମାତ୍ର ୨୩୬ ରନ କରିପାରିଥିଲା । ଭାରତ ପକ୍ଷରୁ ସୁରେଶ ରୈନା ସର୍ବାଧିକ ୪୬ ରନ, ବିରାଟ କୋହଲି ୪୫ ରନ, ମହେନ୍ଦ୍ର ସିଂ ଧୋନୀ ୩୭ ରନ ଓ ଶିଖର ଧାୱନ ୩୬ ରନ କରିପାରିଥିଲେ ।

ଇଂଲଣ୍ଡ ପକ୍ଷରୁ ବୋଲର୍ ଲିୟମ ପ୍ଲଙ୍କେଟ ୪ଟି ଓ ଆଦିଲ୍ ରସିଦ ୨ଟି ୱିକେଟ ନେଇ ଭାରତର ପରାଜୟର ମୁଖ୍ୟ କାରଣ ହୋଇଥିଲେ ।

ମ୍ୟାଚରେ ଏକମାତ୍ର ଶତକୀୟ ଇନିଂସ ଖେଳିଥିବା ଜୋଏ ରୁଟଙ୍କୁ ପ୍ଲେୟାର ଅଫ ମ୍ୟାଚ ଘୋଷିତ କରାଯାଇଥିଲା । ଏବେ ସିରିଜ ୧-୧ରେ ବରାବର ରହିଛି । ଆସନ୍ତା ୧୭ ତାରିଖରେ ତୃତୀୟ ଦିନିକିଆ ଖେଳାଯିବ ।

Leave A Reply

Your email address will not be published.