Latest Odisha News

BREAKING NEWS

ରଥଯାତ୍ରା: ବଳଗଣ୍ଡିରେ ଅଟକଥିବା ନନ୍ଦିଘୋଷ ରଥ ଟଣାଗଲା, ଗୁଣ୍ଡିଚା ମନ୍ଦିରକୁ ଟାଣିନେଲେ ସହସ୍ରାଧିକ ଭକ୍ତ

ପୁରୀ : ମହାପ୍ରଭୁଙ୍କର ରତ୍ନବେଦୀରୁ ଜନ୍ମବେଦୀର ଏହି ଯାତ୍ରା ହେଉଛି ରଥଯାତ୍ରା । ଗତକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବଡ଼ଭାଇଙ୍କ ତାଳଧ୍ୱଜ ରଥ ଓ ସାନଭଉଣୀ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟ ହୋଇଥିଲେ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ କିନ୍ତୁ ବଳଗଣ୍ଡି ଛକରେ ଅଟକି ରହି ଆଗକୁ ଯାଇପାରିନଥିଲା ।

ତେବେ ଆଜି ବଳଗଣ୍ଡି ଛକରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥଟଣା ଆରମ୍ଭ ହୋଇଗଲାଣି । ରଥ ଟାଣିବାକୁ ହଜାର ହଜାର ଶ୍ରଦ୍ଧାଳୁମାନେ ସରଧାବାଲିରେ ଭିଡ଼ ଜମାଇଦେଇଛନ୍ତି ।

ଦୂରଦୁରାନ୍ତରୁ ପୁରୀରେ କାଲି ଆସି ଡ଼େରିରେ ପହଞ୍ଚି ରଥ ଟାଣି ପାରିନାହାନ୍ତି ସେମାନେ ଆଜି ରଥ ଟାଣିବାର ସୌଭାଗ୍ୟ ପାଇଛନ୍ତି । ନନ୍ଦିଘୋଷ ରଥକୁ ପୋଲିସ ମାନେ ଟାଣିବା ସହିତ ଭକ୍ତମାନେ ଶହଶହ ସଂଖ୍ୟାରେ ରଥ ଦଉଡ଼ି ଧରି ଟାଣିବାରେ ଲାଗିଛନ୍ତି ।

ସେବାୟତମାନେ ମହାପ୍ରଭୁଙ୍କ ସକାଳ ନୀତି ମଙ୍ଗଳ ଆଳତୀ ଓ ଅବକାଶ ନୀତି ସାରିବା ପରେ ଦିନ ୯:୧୫ ମିନିଟରେ ରଥଟଣା ଆରମ୍ଭ ହୋଇଛି । ଶନିବାର ଦିନ ତିନିରଥରେ ଥିବା ଦାରୁଦେବତାମାନଙ୍କୁ ଦର୍ଶନାର୍ଥୀମାନେ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.