Latest Odisha News

BREAKING NEWS

ମଡେଲ ଆୟଶାଙ୍କ ଯୋଗୁ ଭାଙ୍ଗିବାକୁ ଯାଉଛି କି ସାନିଆ-ଶୋଏବଙ୍କ ବିବାହ ?

କରାଚୀ: ପାକିସ୍ତାନ କ୍ରିକେଟର ଶୋଏବ ମଲିକ ଓ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ହୋଇ ଯାଇଥିବା ଚର୍ଚ୍ଚା ଜୋର ଧରିଛି । ଶୋଏବଙ୍କ ନିକଟତମ ବନ୍ଧୁ ଉଭୟଙ୍କ ତଲାକ ହୋଇ ଯାଇଥିବା କହିଛନ୍ତି । ପାକିସ୍ତାନୀ ମଡେଲ ଆୟଶାଙ୍କ ସହ ଶୋଏବଙ୍କ ସମ୍ପର୍କ ଏହି ବିବାହ ବିଚ୍ଛେଦର କାରଣ ବୋଲି ଅନୁମାନ କରାଯାଉଛି । ୨୦୨୧ ପରଠାରୁ ଶୋଏବ ଏବଂ ଆୟଶାଙ୍କ ସମ୍ପର୍କ ନିବୀଡ ହେବାକୁ ଲାଗିଥିଲା । ଉଭୟଙ୍କୁ ଏକତ୍ର ଅନେକଗୁଡିଏ ବିଜ୍ଞାପନରେ ମଧ୍ୟ ଦେଖିବାକୁ ମିଳିଥିଲା । ନିକଟରେ ସାନିଆ ଇନଷ୍ଟାଗ୍ରାମରେ ଟୁଟେ ଦିଲ କାହାଁ ଯାତା ହେ ଲେଖିବା ପରେ ଶୋଏବଙ୍କ ସହ ସମ୍ପର୍କ ଭଲ ନ ଥିବା ଆଶଙ୍କା କରାଯାଉଥିଲା । ପାକିସ୍ତାନୀ ମିଡିଆ ଅନୁସାରେ ସାନିଆଙ୍କ ସହ ଶୋଏବ ବିଶ୍ୱାସଘାତ କରିଛନ୍ତି ।

ସୂଚନାଯୋଗ୍ୟ, ଶୋଏବଙ୍କ ଦ୍ୱିତୀୟ ପତ୍ନୀ ହେଉଛନ୍ତି ସାନିଆ । ୧୨ ଏପ୍ରିଲ ୨୦୧୦ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଜଣେ ପାକିସ୍ତାନୀଙ୍କୁ ବିବାହ କରୁଥିବା ଭାରତୀୟ ଟେନିସପ୍ରେମୀ ସେ ସମୟରେ ସେତେଟା ଖୁସି ହୋଇ ନ ଥିଲେ । ୨୦୧୮ରେ ଉଭୟଙ୍କ ଏକ ପୁତ୍ର ସନ୍ତାନ ହୋଇଥିଲା ।

Leave A Reply

Your email address will not be published.