ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଗ୍ରୁପ ୧ର ସୁପର ୧୨ ମୁକାବିଲାରେ ସାମ କୁରାନଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଇଂଲଣ୍ଡ ୫ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୯.୪ ଓଭରରେ ୧୧୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଇବ୍ରାହିମ ଜର୍ଦ୍ଦାନ ୩୨ ଓ ଉସମାନ ଘାନି ୩୦ ରନର ଇନିଂସ ଖେଳିଥିଲେ । କୁରାନ ୫ଟି ୱିକେଟ ଅକ୍ତିଆର କରି ଆଫଗାନିସ୍ତାନର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଜବାବରେ ଇଂଲଣ୍ଡ ୧୮.୧ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଲିଆମ ଲିଭିଙ୍ଗଷ୍ଟୋନ ଦଳ ପକ୍ଷରୁ ସର୍ବାଧିକ ୨୯ ରନ କରି ଅପରାଜିତ ରହିଥିଲେ । ଜୋସ ବଟଲର ୧୮, ଆଲେକ୍ସ ହେଲସ ୧୯ ଓ ଦାୱିଦ ମାଲାନ ୧୮ ରନ କରିଥିଲେ ।
ଅବଶ୍ୟ ଏହି ମ୍ୟାଚରେ ଆଫଗାନିସ୍ତାନ ବୋଲରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । କୁରାନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚନା କରାଯାଇଥିଲା । ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୮୯ ରନରେ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା ।
Comments are closed.