Latest Odisha News

BREAKING NEWS

ପାକିସ୍ତାନ ସହ ଖେଳିବା ପାଇଁ ଆମେ ପ୍ରସ୍ତୁତ: ରୋହିତ

ସିଡନୀ: ଆସନ୍ତାକାଲି ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ଖେଳିବ । ଏହା ପୂର୍ବରୁ ଅଧିନାୟକ ରୋହିତ ଶର୍ମା ପ୍ରେସ ମିଟରେ ଦଳର  ପ୍ରସ୍ତୁତି ନେଇ ମତ ରଖିଛନ୍ତି ।  ସେ କହିଛନ୍ତି ବିଶ୍ବକପ ଖେଳିବା ଗୈାରବର କଥା । ଦେଶ ପାଇଁ ଖେଳିବା ବେଳେ  ବହୁତ ଉତ୍ସାହିତ ମନେହୁଏ ।

ଆମେ ଏଥର ପ୍ରସ୍ତୁତି ପାଇଁ ଶୀଘ୍ର ଅଷ୍ଟ୍ରେଲିଆ ଆସିଛୁ । ବେଳେ ବେଳେ ଆମ ପାଖରେ ସମୟ କମ ଥାଏ ବଡ଼ ମ୍ୟାଚ ପୂର୍ବରୁ ପ୍ରସ୍ତୁତି କରିବାକୁ । ଏଥର ଅଧିକା ସମୟ ଆମେ ପାଇଛୁ ଅଭ୍ୟାସ କରିବା ପାଇଁ । ନୂଆ ସ୍ଥାନ, ନୂଆ ପାଣିପାଗ ସହ ଖାପଖୁଆଇବା ପାଇଁ କିଛି ସମୟ ଦରକାର ହୋଇଥାଏ ।

ରୋହିତ କହିଛନ୍ତି ପୂର୍ବରୁ ମଧ୍ୟ ସେ ପାକିସ୍ତାନ ସହ ଖେଳିଛନ୍ତି । 2007ରେ ଫାଇନାଲରେ ସେ ଖେଳିଥିଲେ  । ଚାମ୍ପିୟନସ ଟ୍ରଫିରେ ମଧ୍ୟ ଖେଳିଛନ୍ତି । ଖେଳରେ ହାର ଜିତ ରହିଛି । ତେଣୁ ଆସନ୍ତା କାଲି ମ୍ୟାଚ କୁ ସେ ଅପେକ୍ଷା କରିଛନ୍ତି ।  ଅଧିନାୟକ ଭାବେ ଏହା ତାଙ୍କର ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ଯାହା ତାଙ୍କ  ପାଇଁ ସମ୍ମାନର ବିଷୟ ବୋଲି କହିଛନ୍ତି ରୋହିତ ଶର୍ମା । ବିଶ୍ବକପରେ ଦଳର ନେତୃତ୍ବ ନେଉଥିବାରୁ  ବହୁତ ଖୁସି ଓ ଉତ୍ସାହିତ ରହିଥିବା ସେ କହିଛନ୍ତି।

ଭାରତୀୟ ଖେଳାଳି ବିଶ୍ୱକପ୍‌କୁ ନେଇ ବହୁ ଉତ୍ସାହିତ ରହିଛନ୍ତି । ବିଦେଶୀ ମାଟିରେ ସମସ୍ତେ ଜୋରଦାର ପ୍ରସ୍ତୁତି କରିଛନ୍ତି । କାଲି ସମସ୍ତେ ଭଲ ଖେଳିବେ ବୋଲି କହିଛନ୍ତି ରୋହିତ ଶର୍ମା ।

ରୋହିତ ଆହୁରି କହିଛନ୍ତି ଯେ ବିଶ୍ୱକପ୍‌ ଏକ ବଡ଼ ଇଭେଣ୍ଟ । ସେଥିପାଇଁ ଆମେ ନିୟମିତ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇଛୁ  । ଆମେ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ, ସାଉଥ ଆଫ୍ରିକା ସହ ଖେଳି ଦୁଇଟି ଘରୋଇ ସିରିଜ ଜିତି ଆସିଛୁ । ତେଣୁ ପରିବେଶ ସହ ଖାପ ଖୁଆଇବା ପାଇଁ ଆମେ କିଛି ଦିନ ପୂର୍ବରୁ ଆସି ଏଠାରେ ଅଭ୍ୟାସ ଜାରି ରଖିଛୁ ।

ରୋହିତ କହିଛନ୍ତି ପାକିସ୍ତାନ ବିପକ୍ଷ ମ୍ୟାଚ ସଦାବେଳେ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଏହି ମ୍ୟାଚରେ ଦର୍ଶକଙ୍କ ଚାପ ରହିଥାଏ । ତେବେ ଆମେ ବିନା ଚାପରେ ଖେଳିବା ପାଇଁ ଚେଷ୍ଟା କରିବୁ ।  ନିଶ୍ଚିତ ଭାବେ ପାକିସ୍ତାନ ବିପକ୍ଷ ମ୍ୟାଚ ଏକ ବଡ଼ ମୁକାବିଲା ।  ସେଥିପାଇଁ ଆମେ ପ୍ରସ୍ତୁତ । ଆମର ମୁଖ୍ୟ ଉଦ୍ଦେଶ୍ୟ ବିଶ୍ୱକପ୍‌ ଜିତିବା । ସେଥିପାଇଁ ପ୍ରତି ମ୍ୟାଚ୍‌ ଉପରେ ଆମେ ଭଲ ଖେଳିବା ପାଇଁ ଧ୍ୟାନ ରଖିଛୁ ।

Leave A Reply

Your email address will not be published.