Latest Odisha News

BREAKING NEWS

ଫେକ୍ ଜବ୍ ରାକେଟ୍ ମାମଲାରେ ଆଉ ଜଣଙ୍କୁ ବିହାରରୁ ବାନ୍ଧିଲା EOW

ଭୁବନେଶ୍ୱର: ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ସଂଗଠନ ନାଁରେ ଫେକ୍ ଜବ୍ ରାକେଟ ମାମଲାରେ ଇଓଡବ୍ଲୁ ଆଉ ଜଣଙ୍କୁ ଗିରଫ କରିଛି । ବିହାରର ମହାରାଜଗଞ୍ଜରୁ ଅମିତ କୁମାର ସିଂଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା ।

ପୂର୍ବରୁ ଏହି ମାମଲାରେ ଇଓଡବ୍ଲୁ ମୁଖ୍ୟ ଅଭିଯୁକ୍ତ ଧର୍ମପାଲ ସିଂଙ୍କ, ସହଯୋଗୀ ଜୟରାମ ତିୱାରୀଙ୍କୁ ଗିରଫ କରିଥିଲା । ଏବେ ଗିରଫ ହୋଇଥିବା ଅମିତ ଜଣେ ଆଇଟି ପ୍ରଫେସନାଲ୍ । ଠକେଇ ଲାଗି ବ୍ୟବହାର ହୋଇଥିବା ୱେବସାଇଟକୁ ଅମିତ ପ୍ରସ୍ତୁତ କରିଥିଲେ । ଏହି ୱେବସାଇଟରେ ଜିଲ୍ଲା ଓ ବ୍ଲକ କୋଅର୍ଡିନଟର ନିଯୁକ୍ତି ଲାଗି ବିଜ୍ଞାପନ ଦେଇ ୧୭ ରାଜ୍ୟରେ ଠକେଇ କରାଯାଇଥିଲା ।

ଅମିତ ବୈଷୟିକ ଜ୍ଞାନକୌଶଳ ସହାୟତା ଯୋଗାଉଥିଲେ । ଯେଉଁଥିପାଇଁ ଅମିତଙ୍କୁ ସଂସ୍ଥା ସପ୍ତାହକୁ ୪୦ ହଜାର ଟଙ୍କା ବେତନ ଦେଉଥିଲା । ୨୦୨୦ ମସିହାରୁ ଏହି ଠକେଇ ଆରମ୍ଭ ହୋଇଥିଲା । ଏବେ ତଦନ୍ତ ବେଳେ ଇଓଡବ୍ଲୁ ୬.୬ କୋଟି ଟଙ୍କାର କାରବାରକୁ ଟ୍ରେସ୍ କରିଥିବା ବେଳେ ଦେଶବ୍ୟାପୀ ୪୦ ହଜାରରୁ ଅଧିକ ଆଶାୟୀ ଠକାମୀର ଶିକାର ହୋଇଥିବା ଜଣାପଡ଼ିଛି ।

ଗିରଫ ଅମିତ ଠାରୁ ଇଓଡବ୍ଲୁ ଏକ ଲାପଟପ୍ ଜବତ କରିଛି । ଉକ୍ତ ଲାପଟପରେ ଠକେଇ ଜନିତ ଅନେକ ତଥ୍ୟ ରହିଥିବା କୁହାଯାଉଛି । ଠକେଇ ନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ଅର୍ଥନୈତିକ ଅପରାଧିକ ଶାଖା ।

Leave A Reply

Your email address will not be published.