Latest Odisha News

BREAKING NEWS

କଳାହାଣ୍ଡିର ଉତକେଲାରୁ ଖୁବଶୀଘ୍ର ଉଡ଼ିବ ବିମାନ !

ଭୁବନେଶ୍ୱର: ଜୟପୁର, ରାଉରକେଲା, ରଙ୍ଗେଇଲୁଣ୍ଡା ପରେ ଖୁବଶୀଘ୍ର କଳାହାଣ୍ଡିର ଉତକେଲାକୁ ବିମାନ ସେବା ଆରମ୍ଭ ହେବ । ରଙ୍ଗେଇଲୁଣ୍ଡାକୁ ବିମାନ ସେବା ଆରମ୍ଭ ପରେ ଉତକେଲା ବିମାନବନ୍ଦରକୁ ନେଇ କାମ ଆଗେଇ ଚାଲିଛି ।

ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ରଙ୍ଗେଇଲୁଣ୍ଡାକୁ ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀ ଅବସରରେ ବିମାନ ସେବା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅନୁସାରେ, ଉତକେଲାରୁ ୨-ବି ଶ୍ରେଣୀର ବିମାନ ଉଡ଼଼ାଣ ପାଇଁ ଡିଜିସିଏ ନିକଟରେ ଆବେଦନ କରାଯାଇଛି ।

ଡିଜିସିଏର ଏକ ୫ ଜଣିଆ ପ୍ରତିନିଧି ଦଳ ଭବାନୀପାଟଣା ଆସି ଉତକେଲା ବିମାନବନ୍ଦର ପରିଦର୍ଶନ କରିଥିବା ଜଣାପଡ଼ିଛି । ପରିଦର୍ଶନ ପରେ ପ୍ରତିନିଧି ଦଳ ଭବାନୀପାଟଣାରୁ ଭୁବନେଶ୍ୱର ପ୍ରସ୍ତାବିତ ବିମାନ ସେବା ନେଇ ଏକ ବୈଠକ କରିଛନ୍ତି ।

ପୂର୍ବରୁ ଉତକେଲା ଏୟାରପୋର୍ଟ ଲାଗି ଆବଶ୍ୟକ ମାନବ ସମ୍ବଳ ଯୋଗାଇ ଦେବା ଲାଗି ଡିଜିସିଏ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗକୁ ଚିଠି ଲେଖିଥିଲା । ଯଦି ସବୁକିଛି ଠିକ୍ ରୁହେ ଏବଂ ଚଳିତ ମାସର ଶେଷ ସପ୍ତାହ ସୁଦ୍ଧା ଡିଜିସିଏ ଅନୁମତି ଦିଏ ତାହାଲେ ଆସନ୍ତା ମାସରୁ ଉତକେଲାରୁ ବିମାନ ସେବା ଆରମ୍ଭ ହୋଇପାରେ ।

Leave A Reply

Your email address will not be published.