Latest Odisha News

BREAKING NEWS

୨୮ ବର୍ଷ ବୟସରେ ୯ଟି ସନ୍ତାନ ମାଆ ହେଲେ ମହିଳା: ୧୦ ବର୍ଷ ପର୍ଯ୍ୟନ୍ତ ଲଗାତାର ହୋଇଥିଲେ ଗର୍ଭବତୀ

ୱାଶିଂଟନ: ଜଣେ ମହିଳା ମାଆ ହେବା ଖୁସିର କଥା । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶିଶୁଟି ଜନ୍ମ ହେବା ପରେ ତାର ଲାଲନପାଳନ ଠିକ୍ ଭାବେ ହେବା ଜରୁରୀ । ଏଥିସହିତ ମହଙ୍ଗା ଯୁଗରେ ସେମାନଙ୍କ ଶିକ୍ଷା ଏବଂ ଆବଶ୍ୟକ ସାମଗ୍ରୀ ପୂରଣ କରିବା ନିହାତି କଷ୍ଟକର । ଏହି କାରଣରୁ ଆଜିର ମହିଳାମାନେ ଏକରୁ ଅଧିକ ସନ୍ତାନ ଚାହାଁନ୍ତି ନାହିଁ । କିନ୍ତୁ ଆମେରିକାର ଏମିତି ଜଣେ ମହିଳା ଅଛନ୍ତି ଯିଏ କି ମାତ୍ର ୨୮ ବର୍ଷ ବୟସରେ ୯ଟି ସନ୍ତାନର ମାଆ ହୋଇପାରିଛନ୍ତି । ଆଶ୍ଚର୍ଯର କଥା ୧୦ ବର୍ଷ ଧରି ଲଗାତର ଗର୍ଭବତୀ ହୋଇଥିଲେ ଏହି ମହିଳା ।

ଆମେରିକାର ଲାସ୍ ଭେଗାସ୍‌ରେ ରୁହନ୍ତି କୋରା ଡ୍ୟୁକ୍ ଓ ତାଙ୍କ ସ୍ୱାମୀ ଆଣ୍ଡ୍ରେ ଡ୍ୟୁକ୍ । ଏବେ କୋରାଙ୍କ ବୟସ ୩୯ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ବୟସ ୪୨ ବର୍ଷ । ଏହି ଦମ୍ପତ୍ତି ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ରହିଛନ୍ତି । ଚର୍ଚ୍ଚାର କାରଣ ହେଲା କୋରା ୨୮ ବର୍ଷ ବୟସରେ ୯ ସନ୍ତାନର ମାଆ ହେବା ସହ ଲଗାତାର ୧୦ ବର୍ଷ ଗର୍ଭବତୀ ହୋଇଥିଲେ ।

୨୦୦୦ ମସିହାରେ ଯେତେବେଳେ କୋରାଙ୍କୁ ୧୬ ବର୍ଷ ହୋଇଥିଲା, ସେ ପ୍ରଥମ ଥର ଗର୍ଭବତୀ ହୋଇଥିଲେ ଏବଂ ୨୦୦୧ ମସିହାରେ ସେ ତାଙ୍କ ବଡ଼ ଝିିଅ ଏଲିଜାଙ୍କୁ ଜନ୍ମ ଦେଇଥିଲେ । ତା’ର ୨ ବର୍ଷ ପରେ ସେ ତାଙ୍କର ଦ୍ୱିତୀୟ ଝିଅକୁ ଜନ୍ମ ଦେଲେ । ୨୦୦୪ରେ ସେ ତାଙ୍କର ତୃତୀୟ ଝିିଅକୁ ଜନ୍ମ ଦେଇଥିଲେ । ୨୦୦୫ ମସିହାପରଠାରୁ ସେ ଲଗାତର ମାଆ ହେବାକୁ ଲାଗିଲେ ଓ ତାଙ୍କର ସବୁଠାରୁ କନିଷ୍ଟ ସନ୍ତାନ ୧୦ ବର୍ଷ ବୟସର ।

ବାସ୍ତବରେ, କୋରା ଜିମରେ ବହୁତ ସମୟ ବିତାଇଥାନ୍ତି ଏବଂ ନିଜ ଶରୀରକୁ ଫିଟ୍ ବି ରଖନ୍ତି । କୋରା ଓ ତାଙ୍କ ପିଲାମାନଙ୍କୁ ଏହା ସଙ୍ଗରେ ଦେଖିଲେ କେହି ବିଶ୍ୱାସ କରି ପାରନ୍ତି ନାହିଁ ଯେ, ସେ ଏତେଥର ମାଆ ହୋଇସାରିଛନ୍ତି ।

Leave A Reply

Your email address will not be published.