Latest Odisha News

BREAKING NEWS

୧୨କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସବସିଡି ହେରଫେର୍ ମାମଲାରେ ୩ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: କୃଷି ଉପକରଣ ସବସିଡି ବାବଦକୁ ୧୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେରଫେର ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲା ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁ । ରାଜଧାନୀ, ଦଶପଲ୍ଲା ଓ ବ୍ରହ୍ମପୁରରେ ଗତକାଲିଠାରୁ ଚଢାଉ କରି ଇଓଡବ୍ଲ୍ୟୁ ୩ଜଣଙ୍କୁ ଗିରଫ କରିଛି ।

ଏମାନେ ହେଲେ ପ୍ରଦୀପ କୁମାର ଆଚାର୍ଯ୍ୟ, ପ୍ରଭାରଞ୍ଜନ ଦାଶ ଓ ଶେଖ୍ ଫୟାଜ୍ । ଆଜି ସେମାନଙ୍କୁ ଭୁବନେଶ୍ୱର ଏସଜିଜେଏମ କୋର୍ଟରେ ହାଜର କରାଯିବ । ୧୨ କୋଟି ଟଙ୍କା କୃଷି ଉପକରଣ ସବସିଡି ହେରଫେର ମାମଲା ଭଳି ଆଉ ଏକ ମାମଲାର ତଦନ୍ତ ବେଳେ ଏମାନଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା ଇଓଡବ୍ଲ୍ୟୁ ।

ପ୍ରଦୀପ କୁମାର ଆଚାର୍ଯ୍ୟ ବାଲେଶ୍ୱରସ୍ଥିତ ମେସର୍ସ ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡର ଏମଡି । ପ୍ରଭାରଞ୍ଜନ ଦାଶ ଖୋର୍ଦ୍ଧାରେ ଖୋଲିଥିବା ମେସର୍ସ ଦାଶ ଟ୍ରେଡର୍ସ ଆଣ୍ଡ୍ ଆଗ୍ରୋ ଏଜେନ୍ସିର ପ୍ରୋପ୍ରାଇଟର । ସେହିପରି ଶେଖ୍ ଫୟାଜ୍ ମଧ୍ୟ ବ୍ରହ୍ମପୁରରେ ନିଜର ଏକ କମ୍ପାନୀ ଖୋଲିଛନ୍ତି । ଚାଷ ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ଉପକରଣ କିଣିବାରେ ରିହାତି ଟଙ୍କାକୁ ସେମାନେ ଚଳୁ କରିବା ଅଭିଯୋଗରେ ଇଓଡବ୍ଲ୍ୟୁ ଗିରଫ କରି କୋର୍ଟଚାଲାଣ କରିଛି ।

Leave A Reply

Your email address will not be published.