Latest Odisha News

ଜବଲପୁରର ଆରଟିଓ ନା କୁବେର ରାଜା

ଭୋପାଳ:  ମଧ୍ୟପ୍ରଦେଶ ରାଜ୍ୟର ଜବଲପୁରରେ ଆରଟିଓ ଅଫିସରଙ୍କ ଘରୁ  ମିଳିଛି କୁବେରଙ୍କ ସମ୍ପତ୍ତି । ଆମେ ଏହି ଆରଟିଓ ଅଫିସରଙ୍କୁ କୁବେର ଏଥିପାଇଁ କହୁଛୁ ଯେତେବେଳେ ଅୟଠାରୁ ଅଧିକ ସମ୍ପତ୍ତି ମାମଲାରେ ଜବଲପୁର ଆରଟିଓ ସନ୍ତୋଷ  ପାଲ ସିଂଙ୍କ ଘରେ ଇଓଡବ୍ଲୁ ଚଢାଉ କରିଥିଲା, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଆରଟିଓ ସନ୍ତୋଷ ପାଲ ସିଂଙ୍କ ଘର ଏକ ରାଜ ପ୍ରାସାଦ ଠାରୁ କମ୍ ନଥିଲା । ଘର ଭିତରେ ଥିଲା ବିଳାସପୁର୍ଣ୍ମ ସିନେମା ହଲ୍।  କଳା ଟଙ୍କାରେ ଲାଲ ସିଟ ଥିବା ସୌଖିନ  ଚ୍ୟାର  ସିନେମା  ହଲରେ ଲଗାଇ ଥିଲେ  । ସନ୍ତୋଷ ପାଲ ସିଂଙ୍କ ଘରୁ ଆୟଠାରୁ ୬୫୦ ଗୁଣ ଅଧିକ ସମ୍ପତ୍ତି ପାଇବା ପାଇଁ ସୂଚନା ମିଳିଛି ।  ଇଓଡବ୍ଲୁ ଚଢାଉବେଳେ ନଗଦ ୧୬ ଲକ୍ଷ ଟଙ୍କା ସହ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ମିଳିଥିଲା  । ଡ୍ରଇଂ ରୁମ ଓ ବାଥ ରୁମ ଏମିତିକି ଟୟଲେଟ ପର୍ଯ୍ୟନ୍ତ କଳା ଟଙ୍କାରେ ରୟଲ ଲାଇଫ ରେ ରହୁଥିଲେ ସାନ୍ତୋଶ । ତାସହ ମିଳିଛି ଅନେକ ଦାମୀ ଗାଡି ଓ ଘରର କାଗଜପତ୍ର  । ଆରଟିଓ ସନ୍ତୋଷ ପାଲ ସିଂ ଙ୍କର ଏକ ଭିଡିଓ ଭାଇରାଲ ହେଉଛି  । ଯେଉଁଥିରେ ଏକ ଅଟୋ ଚାଳକଙ୍କୁ ଲାଞ୍ଚ ମାଗିବାସହ ଅଟୋ ଚାଳକଙ୍କୁ ଟଙ୍କା ନଦେଲେ ଅଟୋରେ ଗଞ୍ଜେଇ ରଖି ଫସାଇ ଦେବାକୁ ଧମକ ଦେଉଛନ୍ତି  । ଏହି ଭଳି ଲାଞ୍ଚ ନେଇ କୁବେରଙ୍କ ଭଳି ସମ୍ପତ୍ତିର ମାଲିକ ହୋଇଛନ୍ତି ଆରଟିଓ ସନ୍ତୋଷ  ।

ଇଓଡବ୍ଲୁ ଏସପି ଦେବେନ୍ଦ୍ର ପ୍ରତାପ ସିଂଙ୍କ ସୁଚନା ଅନୁଯାୟୀ ଆରଟିଓ ସନ୍ତୋଷ ପାଲ ସିଂ ଏବଂ ତାଙ୍କ ପତ୍ନୀ ରେଖା ପାଲଙ୍କ ପାଖରେ ବିପୁଳ ସମ୍ପତ୍ତି ଥିବା ଅଭିଯୋଗ ଆସିବା ପରେ ଯାଞ୍ଚ କରାଯାଇଥିଲା।  ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁସନ୍ଧାନରେ ପ୍ରକାଶ ପାଇଥିବା ପ୍ରମାଣ ଦର୍ଶାଇଛି ଯେ ଆରଟିଓ ସନ୍ତୋଷ ପାଲଙ୍କ ଠାରୁ ମିଳିଥିବା ସମ୍ପତି ତାଙ୍କ ଆୟ ତୁଳନାରେ ୬୫୦ ପ୍ରତିଶତ ଅଧିକ ଅଟେ।

 

 

Comments are closed.