Latest Odisha News

BREAKING NEWS

ଗୋ-ଚାଲାଣ ବେଳେ ଶତାଧିକ ଗୋରୁ ଉଦ୍ଧାର, ୨ ଗିରଫ

ଅନୁଗୁଳ: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଶ୍ଚିମବଙ୍ଗକୁ ବେଧଡ଼କ ଗୋ-ଚାଲାଣ କରାଯାଉଛି । ଗୋ-ଟାଲାଣ ଖବର ପାଇ ପାଲଲହଡ଼ା ପୋଲିସ ବିଳମ୍ବିତ ରାତିରେ ଜାତୀୟ ରାଜପଥ ୪୯ରେ ଜଗି ରହିଥିଲା । ରାତି ପ୍ରାୟ ୩ଟା ବେଳେ ଏକ ଟ୍ରକ୍ ଯୋଗେ ଶହେରୁ ଅଧିକ ଗୋରୁଗାଈଙ୍କୁ ନିଆ ଯାଉଥିବା ବେଳେ ପୋଲିସ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା ।

ଟ୍ରକରୁ ଶହେରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ଅଣ ଓଡ଼ିଆଙ୍କୁ ଗିରଫ କରିଛି ପୋଲିସ । ଉଦ୍ଧାର ହୋଇଥିବା ଶତାଧିକ ଗାଈଙ୍କୁ ଗୋ-ଶାଳାରେ ରଖା ଯାଇଛି । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ବରଗଡ଼ରୁ ବେଆଇନ୍ ଭାବେ କଲିକତାକୁ ଗୋ-ଚାଲାଣ ହେଉଥିବା ଜଣାପଡ଼ିଛି । ପୋଲିସ ମାମଲାରେ ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.