Latest Odisha News

BREAKING NEWS

ବେଆଇନ୍ ଭାବେ ବାଲି ଚୋରି ବେଳେ ୪ଟି ହାଇୱା ଜବତ, ୪ ଗିରଫ

ପୁରୀ: ଦିନ ଦ୍ୱିପ୍ରହରରେ ଅବୈଧ ଖନନ ସହ ବେଆଇନ୍ ବାଲି ଚାଲାଣ । ପୁରୀ କୋଣାର୍କ ରୋଡ୍ ତୋଟାବେହେରା ସାହି ଛକ ନିକଟରେ ଦୁର୍ବୃତ୍ତ ମାନେ ବେଆଇନ୍ ବାଲି ଚାଲାଣ କରୁଥିବା ବେଳେ ପୁରୀ ମେରାଇନ ଥାନା ପୋଲିସ ହାତରେ ଧରା ପଡ଼ିଛନ୍ତି । ୪ଟି ହାଇୱା ଟ୍ରକ୍ ସାହାଯ୍ୟରେ ବେଆଇନ୍ ଭାବେ ବାଲି ଚୋରି କରୁଥିବା ବେଳେ ମେରାଇନ ଥାନା ପୋଲିସ ଟ୍ରକ ଗୁଡ଼ିକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ।

ଗାଡ଼ି ସହ ନିଆଳି ଥାନା ଅଞ୍ଚଳର ୨୦ ବର୍ଷୀୟ ଦିଲ୍ଲୀପ କୁମାର ମହାନ୍ତି, ଜଙ୍କିଆ ଥାନା ଅଞ୍ଚଳର ୩୭ ବର୍ଷୀୟ କୃଷ୍ଣଚନ୍ଦ୍ର ବେହେରା, କେନ୍ଦୁଝର ଜିଲ୍ଲାର ୨୮ ବର୍ଷୀୟ ହରମୋହନ ରାଉତ ଓ କଣାସ ଥାନା ଅଞ୍ଚଳର ୩୨ ବର୍ଷୀୟ ଗୋବିନ୍ଦ ସ୍ୱାଇଁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.