Latest Odisha News

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନସ୍ପେକ୍ଟର

ଭୁବନେଶ୍ୱର: ଘର ଢ଼ିଙ୍କି କୁମ୍ଭୀର । ଭିଜିଲାନ୍ସ- ଦୁର୍ନୀତି ନିବାରଣ । ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭିଜିଲାନ୍ସ ଇନସ୍ପେକ୍ଟର । ଶୁକ୍ରବାର ସମ୍ବଲପୁର ଡିଭିଜନ ଇନସ୍ପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ।

ମୁକେଶ ସାହୁ ନାମକ (ସାଧାରଣ ବ୍ୟକ୍ତି) ବ୍ୟକ୍ତିଙ୍କ ଜରିଆରେ ମାନସୀ ଜେନା ପୂର୍ବରୁ ଭିଜିଲାନ୍ସ ଜାଲରେ ଫସିଥିବା ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ।

ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ରହିଥିବା ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ ମୁକେଶଙ୍କୁ ମାଡ଼ି ବସିଥିଲା । ଲାଞ୍ଚ ସହ ମୁକେଶ ସାହୁ ଧରାପଡ଼ିବା ପରେ ଉଭୟ ଇନସ୍ପେକ୍ଟର ମାନସୀ ଜେନା ଏବଂ ମୁକେଶ ସାହୁଙ୍କ ଘରେ ଭିଜିଲାନ୍ସ ତଦନ୍ତ ଚଳାଇଛି ।

ଭିଜିଲାନ୍ସରେ ଚାଲୁଥିବା ପିଟିସନ୍ ବା ମାମଲା ବନ୍ଦ କରିଦେବା ପାଇଁ ସଂପୃକ୍ତ ସରକାରୀ କର୍ମଚାରୀଙ୍କ ଠାରୁ ମାନସୀ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ମୁକେଶ ସାହୁଙ୍କ ଘର ବରଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି ।

ଖବର ଲେଖା ହେବା ସୁଦ୍ଧା ତଦନ୍ତ ଚାଲୁ ରହିଛି । ଆଗକୁ ଅଧିକ ଅପଡେଟ୍ /ଅଦ୍ୟତନ ଆଶା କରାଯାଉଛି ।

Leave A Reply

Your email address will not be published.