Latest Odisha News

BREAKING NEWS

ୟୁରୋପରେ ପ୍ରଚଣ୍ଡ ଗରମରେ ଗଲାଣି ୧୩୦୦ରୁ ଅଧିକ ଜୀବନ

ଜେନେଭା: ୟୁରୋପ ବର୍ତ୍ତମାନ ରେକର୍ଡ ଭାଙ୍ଗିବା ଭଳି ଗରମ ଅନୁଭବ କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରବିବାର ରିପୋର୍ଟ କରିଛି ଯେ ଜୁନ୍ ୨୧ ପରଠାରୁ ୟୁରୋପରେ ଗ୍ରୀଷ୍ମ ଲହରୀ ଯୋଗୁଁ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ସେହିପରି ମହାଦେଶର ଅନେକ ସ୍ଥାନରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ପାଇଛି। ଯାହା ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତର ଚାପ ପକାଇବା ଯୋଗୁ ଅନେକ ଦେଶରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହି ଘାତକ ଗ୍ରୀଷ୍ମ ଲହରୀ ଏବେ ୟୁରୋପର ପୂର୍ବ ଭାଗ ଆଡକୁ ଦ୍ରୁତ ଗତିରେ ଗତି କରୁଛି।

ରବିବାର ସକାଳେ ଫରାସୀ ସ୍ୱାସ୍ଥ୍ୟ ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ ସେମାନଙ୍କ ଦେଶରେ କେବଳ ବୁଧବାର ଠାରୁ ପ୍ରାୟ ୧୦୦୦ ଅଧିକ ମୃତ୍ୟୁ ରେକର୍ଡ କରାଯାଇଛି। ସପ୍ତାହାନ୍ତରେ ଲୋକମାନେ ଅତ୍ୟଧିକ ତାପମାତ୍ରାର ସମ୍ମୁଖୀନ ହେଉଛନ୍ତି।

ଏଏଫପି ଅନୁଯାୟୀ, ରବିବାର ୟୁରୋପରେ ଅତି କମରେ ୧୯୧ ନିୟୁତ ଲୋକ ୩୫ ଡିଗ୍ରୀ ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ଅନୁଭବ କରିଛନ୍ତି। ଜର୍ମାନୀ, ଚେକ୍ ଗଣରାଜ୍ୟ, ହଙ୍ଗେରୀ ଏବଂ ପୋଲାଣ୍ଡ ତାତି ଯୋଗୁ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି।

ଡବ୍ଲୁଏଚ୍ଓ ମୁଖ୍ୟ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟସସ୍, ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛନ୍ତି ଯେ ୟୁରୋପରେ ଉଚ୍ଚ ତାପମାତ୍ରାରେ ୧,୩୦୦ରୁ ଅଧିକ ମୃତ୍ୟୁ ରେକର୍ଡ କରାଯାଇଛି।

ସେ ଗରମ ଯୋଗୁଁ ହେଉଥିବା ଶାରୀରିକ ଚାପକୁ ସାଇଲେଣ୍ଟ କିଲର୍ ଭାବରେ ବର୍ଣ୍ଣନା କରିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ୟୁରୋପୀୟ ଘର, କର୍ମକ୍ଷେତ୍ର ଏବଂ ସ୍କୁଲଗୁଡ଼ିକୁ ଏତେ ଅତ୍ୟଧିକ ତାପମାତ୍ରା ସହ୍ୟ କରିବା ପାଇଁ ଡିଜାଇନ୍ କରାଯାଇନଥିଲା।

Comments are closed.