ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ମୂଲ୍ୟାୟନ । ୬୪ଟି କେନ୍ଦ୍ରରେ ଅଫ୍ଲାଇନରେ ଓ ୩୭ଟି କେନ୍ଦ୍ରରେ ଅନ୍ଲାଇନରେ ମୂଲ୍ୟାୟନ ହେବ । ୨ଟି ପର୍ଯ୍ୟାୟରେ ଖାତାଦେଖା ହେବ । ଜୁନ ୨ରୁ ଜୁନ ୧୨ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ରୁ ଜୁନ ୨୨ଯାଏ ଚାଲିବ ମୂଲ୍ୟାୟନ ।
ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷା ଆସନ୍ତା ୪ ତାରିଖରେ ସରିବ । କିନ୍ତୁ ତାପୂର୍ବରୁ ଆରମ୍ଭ ହେଉଛି ଖାତାଦେଖା । ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆଜିଠୁ ଆରମ୍ଭ ହେବ ୧୨ ତାରିଖ ଭିତରେ ସରିବ ।
ପ୍ରଥମ ପର୍ଯ୍ୟାୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଖାତା ଦେଖା ଆରମ୍ଭ ହେବ । ରାଜନୀତି ବିଜ୍ଞାନ, ଅର୍ଥନୀତି, ଇତିହାସ, ଓଡ଼ିଆ, ଏଜୁକେସନ, ଫିଜିକ୍ସ, କେମିଷ୍ଟ୍ରି, ଇଂଲିଶ ଆଦି ବିଷୟର ମୂଲ୍ୟାୟନ ହେବ ।
ଜୁନ ୧୩ରୁ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇ ୨୨ ତାରିଖ ଯାଏ ଚାଲିବ । ଏହାପରେ ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ରେଜଲ୍ଟ ।
Comments are closed.