Latest Odisha News

BREAKING NEWS

ଖଣ୍ଡପଡ଼ାରୁ ବସନ୍ତ କୁମାର ମହାରଣା କଂଗ୍ରେସ ପ୍ରାର୍ଥୀ ଘୋଷିତ

ନୟାଗଡ଼: ଚର୍ଚ୍ଚିତ ଖଣ୍ଡପଡ଼ା ବିଧାନସଭା ଆସନରେ କଂଗ୍ରେସ ପକ୍ଷରୁ ବସନ୍ତ କୁମାର ମହାରଣା ପ୍ରାର୍ଥୀ ହୋଇଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ଘୋଷଣା କରିଛି ।

ଏହି ଆସନରେ ବିଜେଡ଼ି ପ୍ରାର୍ଥୀ ଭାବେ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ବିଜେପି ପ୍ରାର୍ଥୀ ରୂପେ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।

ସେହିପରି ଖଣ୍ଡପଡ଼ା ବିଧାନସଭା ଆସନ ବ୍ୟତୀତ ପିପିଲି ଓ ଖୋର୍ଦ୍ଧା ବିଧାନସଭା ଆସନ ଲାଗି କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି ।

ଖୋର୍ଦ୍ଧାରେ ଦଳ ପକ୍ଷରୁ ସ୍ୱାଗତିକା ପଟ୍ଟନାୟକ ଏବଂ ପିପିଲିରେ ଅଜିତ ମଙ୍ଗରାଜ ନିର୍ବାଚନ ଲଢିବା ବୋଲି ଘୋଷଣା ହୋଇଛି ।

ଏଠାରେ ସୂଚନାଯୋଗ୍ୟ, ପିପିଲିରେ ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତ ପ୍ରାର୍ଥୀ ଘୋଷିତ ହୋଇଥିଲେ ମଧ୍ୟ ଦଳୀୟ ନେତୃତ୍ୱ ପ୍ରତି ଅସନ୍ତୋଷ ପ୍ରକାଶ କରି ନିର୍ବାଚନ ନ’ଲଢିବାକୁ କହିଥିଲେ ।

Leave A Reply

Your email address will not be published.