Latest Odisha News

BREAKING NEWS

ବର୍ଷା ଯୋଗୁଁ ଜଳସ୍ତର ବଢୁଛି ହେଲେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଏବେ ଲଘୁଚାପ କାରଣରୁ ପ୍ରବଳ ବର୍ଷା ଲାଗି ରହିଛି । ଏହି କାରଣରୁ ଅନେକ ନଦୀରେ ଜଳସ୍ତର ବଢିବାରେ ଲାଗିଛି । କିନ୍ତୁ କୌଣସି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉନାହିଁ । ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।

ସର୍ବୋଚ୍ଚ ଯନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେହେତୁ ଜଳସ୍ତର ବଢୁଛି, ମହାନଦୀର ଶାଖା କାଠଯୋଡ଼ି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା, ଚିତ୍ରଟପଳା ପାଇଁ ସତର୍କତା ରହିଛି । ସେହିଭଳି ବଂଶଧରା ଓ ଋଷିକୂଲ୍ୟାରେ ଜଳସ୍ତର ବଢୁଛି, ହେଲେ ବିପଦ ସଂକେତ ତଳେ ଅଛି ।

ଗତକାଲି ୪୯ ବ୍ଲକ ହେଡ଼କ୍ୟାରର୍ଟରରେ ୫୦ ଏମଏମ ଓ କାଲିମେଳା ବ୍ଲକରେ ୧୦୦ ଏମଏମ ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି ଓ ପଶ୍ଚିମରେ କଳାହାଣ୍ଡିରେ ରେଡ ଓ୍ବାର୍ଣ୍ଣିଂ ଥିଲା । ବର୍ଷା ଯୋଗୁଁ ଜଳସ୍ତର ବଢୁଛି ହେଲେ ବିପଦ ସଂକେତ ଉପରେ ନାହିଁ ।

ହୀରାକୁଦର ସର୍ବୋଚ୍ଚ ସ୍ତର ୬୩୦ ଫୁଟ ରହିଛି ଏବେ ୬୨୭. ୮୫ ଫୁଟ ପାଣି ଅଛି । ୧୬ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ତାଳମୁଣ୍ଡ ସ୍ଥିତି ଦେଖି ନିଷ୍ପତ୍ତି ନିଆଯାଇଛି ଆଉ ୬ଟି ଗେଟ ବନ୍ଦ ହେବ । ମୁଣ୍ଡଳୀରେ ୫ .୯୬ କ୍ୟୁସେକ ଜଳ ପ୍ରବାହିତ ହେଉଛି । IMDର ପୂର୍ବାନୁମାନରେ ଆଗାମୀ ଦିନରେ ବର୍ଷା ସମ୍ଭାବନା ନାହିଁ ।

Comments are closed.