Latest Odisha News

ଇଭିଏମ୍‌ ଅଚଳ, ମତଦାନ ବିଳମ୍ବ

ଭୁବନେଶ୍ବର: ଭୋଟ ଦେଉଛି ଓଡିଶା । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ଭୋଟିଂ । ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ପାଇଁ ୬୪ ପ୍ରାର୍ଥୀ ଥିବାବେଳେ ୪୨ ବିଧାନସଭା ଆସନ ପାଇଁ ମୈଦାନରେ ଅଛନ୍ତି ୩୮୩ ପ୍ରାର୍ଥୀ । ଏହି ପର୍ଯ୍ୟାୟ ମତଦାନରେ ଫୋକସରେ ଅଛି କଟକ, ପୁରୀ, ଭୁବନେଶ୍ଵର ଓ ସମ୍ବଲପୁର ଆସନ ।

ନେତା ବାଛୁଛନ୍ତି ଜନତା । ତୃତୀୟ ପର୍ଯ୍ୟାୟରେ ୧୦,୫୫୧ ବୁଥରେ ଭୋଟ୍ ଗ୍ରହଣ କରାଯିବ । ଯୁବକଙ୍କ ଠୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଧାଡିରେ ଚିଡା ହୋଇ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । କିନ୍ତୁ ଏହାରି ଭିତରେ କିଛି ସ୍ଥାନରେ ଇଭିଏମ୍‌ ଅଚଳ ହୋଇପଡିଛି ।ଫଳରେ ଧାଡିରେ ଥିବା ଭୋଟର ନିରାଶ ହୋଇଛନ୍ତି ।

କଟକ ବାରବାଟୀର ବୁଥ୍ ନଂ ୨୪, କଟକ ବିଡ଼ାନସୀ ବୁଥ୍‌ ନଂ ୬, ଭୁବନେଶ୍ବର ନୟାପଲ୍ଲୀର ୧୨୨ ନଂ ବୁଥ୍‌ରେ ଇଭିଏମ୍‌ କାମ କରୁନଥିବା ବେଳେ ଭୁବନେଶ୍ବର ନୀଳାଦ୍ରି ବିହାର ବୁଥ୍ ନଂ ୭୩ରେ ଇଭିଏମ୍ ଅଚଳ ହୋଇଛି । ସେହିପରି ବାଙ୍କୀ ହରିରାଜପୁର ବୁଥ୍ ନଂ ୧୪୮ , ବାଙ୍କୀର ୯୬ନଂ ବୁଥ, ଖୋର୍ଦ୍ଧା ପୌରପାଳିକା ୪ନଂ ବୁଥ୍‌ରେ ମଧ୍ୟ ଇଭିଏମ୍ କାମ କରୁନାହିଁ ।

ସେହିପରି ଭୁବନେଶ୍ବର ପାତ୍ରପଡ଼ାର ବୁଥ୍ ନଂ ୧୫୯ ,ଦେବଗଡ଼ ପୌରାଞ୍ଚଳ ୮୨ ଓ ୮୩ ନଂ ବୁଥ୍‌ , କେନ୍ଦୁଝର ସଦର ୧୩୧ ଓ ୨୨୫ ନଂ ବୁଥ୍‌ରେ ଇଭିଏମ୍ ଅଚଳ ହୋଇଥିବା ସୁଚନା ରହିଛି । ଚମ୍ପୁଆର ୨୦୬ ଓ ୨୦୭ ନଂ ବୁଥ୍‌ ,ଘଷିପୁରା ବୁଥ୍‌ ନଂ ୮୯ , ପୁରୀର ବୁଥ୍‌ ନଂ ୭୭, ୭୮, ୧୬୮, ୮୨ରେ ଏବଂ ବ୍ରହ୍ମଗିରି ବୁଥ୍‌ ନଂ ୨୧୧ ଓ ୨୧୨, ସତ୍ୟବାଦୀ ବୁଥ୍‌ ନଂ ୧୯୧ରେ ମଧ୍ୟ  ଇଭିଏମ୍ ଅଚଳ ହୋଇଥିବା ସୁଚନା ମିଳିଛି । ଫଳରେ  ଭୋଟରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇ ଥିବା ବେଳେ ମତଦାନ କରିବାରେ ବିଳମ୍ବ ହୋଇଛି ।

Leave A Reply

Your email address will not be published.