ମୁମ୍ବାଇ:ବିରାଟ କୋହଲି ଅଧିନାୟକ ପଦରୁ ହଟିବା ଭାରତୀୟ କ୍ରିକେଟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା । ଏ ନେଇ ଦୀର୍ଘଦିନ ପରେ ଚୟନ କମିଟି ମୁଖ୍ୟ ଚେତନ ଶର୍ମା ମୁହଁ ଖୋଲିଛନ୍ତି । ଚୟନକମିଟି ଓ ବିସିସିଆଇ ଅଧିକାରୀ ତାଙ୍କୁ ଟି୨୦ ଅଧିନାୟକ ପଦରୁ ହଟିବା ପାଇଁ ମନା କରିଥିଲେ । ସେ କିନ୍ତୁ ଶୁଣି ନ ଥିଲେ । ଚେତନଙ୍କ ବୟାନ ଏବଂ ସୌରଭ ଗାଙ୍ଗୁଲିଙ୍କ ସହ ମିଶୁ ଥିବାରୁ କୋହଲି ସତ କହୁଛନ୍ତି କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । କୋହଲି କହିଥିଲେ ।
ବିସିସିଆଇ କିମ୍ବା ଚୟନ କମିଟି ତାଙ୍କୁ ପଦ ନ ଛାଡିବାକୁ କହି ନ ଥିଲେ ବୋଲି ସେ କହିଛନ୍ତି । ପରେ ଚୟନ କମିଟି ମିଳିତ ଭାବେ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ କରିବା ପାଇଁ ନିଷ୍ପତି ନେଇଥିଲେ ।
Comments are closed.